Latest Odisha News

BREAKING NEWS

ଝାଡଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କୁ କଂଗ୍ରେସ ଦଳର ୯ ବିଧାୟକଙ୍କ ବିରୋଧ !

ରାଂଚି: ଝାଡଖଣ୍ଡରେ ମେଂଟ ସରକାର ଉପରେ ବିପଦ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କୁ ସମର୍ଥନ ଦେଉଥିବା କଂଗ୍ରେସ ଦଳର ୯ ବିଧାୟକ ବିଦ୍ରୋହ କରିଛନ୍ତି । ସେମାନେ ଜେଏମଏମ ମୁଖ୍ୟ ସୋରେନଙ୍କ କାର୍ଯ୍ୟକଳାପ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟସଭା ଏପମି ଧୀରଜ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ବିଧାୟକମାନେ ଦିଲ୍ଲୀରେ ସୋନିତଆ ଗାନ୍ଧୀଙ୍କୁ ଭେଟିଛନ୍ତି । ଏପରିକି ରାଜ୍ୟର କଂଗ୍ରେସ ମୁଖ୍ୟ ଆରପି ସିଂଙ୍କ ଉପରେ ମଧ୍ୟ ସେମାନେ ଅସନ୍ତୁଷ୍ଟ ଅଛନ୍ତି ।

ଝାଡଖଣ୍ଡର ୮୧ ବିଧାନସଭା ସିଟ ପାଇଁ ମ୍ୟାଜିକ ଫିଗର ହେଉଛି ୪୨ । ହେମନ୍ତଙ୍କ ପାଖରେ ଜେଏମଏମର ୩୦, କଂଗ୍ରେସର ୧୬ ଏବଂ ଆରଜେଡିର ଜଣେ ବିଧାୟକ ଅଛନ୍ତି । ଅପରପକ୍ଷରେ ବିଜେପି ପାଖରେ ୨୫ ବିଧାୟକ ଅଛନ୍ତି । ବିଜେପି ଲୁଚାଛପାରେ ଏଠାରେ ଅପରେଶନ ଲୋଟସ ଅଭିଯାନ ଚଳାଇଥିବା ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.