Latest Odisha News

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରୋନା 

ଭୁବନେଶ୍ୱର: କୋଭିଡ ପଜିଟିଭ ଚିହ୍ନଟ ହେଲେ ଆଉ ଜଣେ ରାଜନେତା। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସମୀର ଟ୍ଵିଟ କରି ଲେଖିଛନ୍ତି ଯେ, “କରୋନା ଲକ୍ଷଣ ଦେଖାଯିବାରୁ ପରୀକ୍ଷା କରାଇଥିଲି। ରିପୋର୍ଟ ପଜିଟିଭ ଆସିଛି। ମୁଁ ସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ମୁଁ ଚିକିତ୍ସାଧିନ ଅଛି” । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧ ରେ ରହିବା ସହ କୋଭିଡ ପରୀକ୍ଷା କରାଇନେବାକୁ ସମୀର ଅନୁରୋଧ କରିଛନ୍ତି।

ପଜିଟିଭ ଚିହ୍ନଟ ପରେ ତାଙ୍କୁ ଗତକାଲି ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Comments are closed.