Latest Odisha News

BREAKING NEWS

ଭିମସାର୍‌ ଆଇସୋଲେସନ୍‌ ୱାର୍ଡରେ ପ୍ରାଣ ହରାଇଲେ ୪ କରୋନା ଆକ୍ରାନ୍ତ

ସମ୍ବଲପୁର: ଦିନକୁ ଦିନ ମାରାତ୍ମକ ହେଉଛି କରୋନା । ବିସ୍ତାର କରିଚାଲିଛି ନିଜର କାୟା । ସମ୍ବଲପୁର ସ୍ଥିତ ଭିମସାର୍‌ର ଗୋଟିଏ ଦିନରେ ଆଇସୋଲେସନ୍‌ ୱାର୍ଡରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ମେଡିକାଲ ଅଧୀକ୍ଷକ ଡାକ୍ତର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି । ମୃତ ୪ ଜଣଙ୍କ ମଧ୍ୟରୁ ୩ ଜଣ ମହିଳା ହୋଇଥିବା ବେଳେ ଜଣେ ପୁରୁଷ ହୋଇଥିବା ଜଣାପଡିଛି ।

ସୂଚନାନୁସାରେ, ସେମାନଙ୍କ ମଧ୍ୟରୁ ବରଗଡ ଜିଲ୍ଲାର ଜଣେ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି । କରୋନା ସହ ମୃତକ ମାନେ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । ଏହି ୪ ଜଣ ଭିମସାର୍‌କୁ ଆସିବା ପରେ ସେମାନଙ୍କ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା । ଏଥିରୁ ସମସ୍ତେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ ଏମାନଙ୍କୁ ସମ୍ବଲପୁର କୋଭିଡ୍‌ ହସପିଟାଲକୁ ପଠାଯିବାକୁ ଥିବା ବେଳେ ଏହା ପୂର୍ବରୁ ଏମାନଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.