Latest Odisha News

BREAKING NEWS

ସୀମା ନିକଟରେ ଫାଇବର ଅପ୍ଟିକାଲ କେବଲ ବିଛାଉଛି ଚୀନ, ଭାରତୀୟ ଏଜେନ୍ସି ଆଲର୍ଟ !

ନୂଆଦିଲ୍ଲୀ: ଭାରତ-ଚୀନ ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବା ବେଳେ ଡ୍ରାଗନ ଗୋଟିଏ ପରେ ଗୋଟିଏ ଭୁଲ କାର୍ଯ୍ୟ କରି ଚାଲିଛି । ରିପୋର୍ଟ ମୁତାବକ ଏଲଏସି ନିକଟରେ ଚୀନ ଫାଇବର ଅପ୍ଟିକାଲ କେବୁଲ ବିଛାଉଛି । ଭାରତୀୟ ଏଜେନ୍ସି ଏହାର ସତ୍ୟତା ପାଇଁ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିଛି । ସମସ୍ତ ପ୍ରକାର ସୁବିଧା କରି ସୀମାରେ ସ୍ଥାୟୀ ବେସ୍ କରିବା ଲକ୍ଷ୍ୟରେ ଚୀନ ରହିଛି । ପୂର୍ବରୁ ଲଦାଖର ପେଙ୍ଗୋଙ୍ଗ ସୋ ହ୍ରଦ ନିକଟରେ ମଧ୍ୟ ଚୀନ ଉଦ୍ୟମ କରିଥିଲା ।

ଏହା ଦ୍ୱାରା ଚୀନର ସଂଚାର ପ୍ରଣାଳୀ ମଜଭୁତ ହେବ ଏବଂ ସୀମାରେ ଘଟୁଥିବା ସମସ୍ତ ଛୋଟ ବଡ ଖବର ସୁବିଧାରେ ଦେଇପାରିବ । ଶାନ୍ତି ପ୍ରକ୍ରିୟା ନେଇ ବାରମ୍ବାର ବୈଠକ ବସୁଥିଲେ ମଧ୍ୟ ଚୀନ ତାର ପ୍ରକୃତି ଛାଡି ପାରୁ ନାହିଁ । ସ୍ୟାଟେଲାଇଟ ଚିତ୍ରରେ ଚୀନର ଚାଲାକି ଧରାପଡିଛି । ଭାରତୀୟ ଏଜେନ୍ସି ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିବା ସହ ଚୀନକୁ ସବୁ କ୍ଷେତ୍ରରେ ସାମ୍ନା କରିବା ପାଇଁ ଭାରତୀୟ ସେନା ସଜାଗ ରହିଛି ।

Comments are closed.