Latest Odisha News

BREAKING NEWS

ସୁଗା ହେବେ ଜାପାନର ନୂତନ ପ୍ରଧାନମନ୍ତ୍ରୀ !

ଟୋକିଓ: ଜାପାନରେ ଶାସକ ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ର ସଭାପତି ଭାବେ ୟୋଶିହିଡେ ସୁଗା ନିର୍ବାଚିତ ହୋଇଛନ୍ତି । ଫଳରେ ସେ ଜାପାନର ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ସିଞ୍ଜୋ ଆବେ ଅସୁସ୍ଥତା କାରଣରୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ କିଏ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବ ସେ ନେଇ ଆଲୋଚନା ଜୋର ଧରିଥିଲା ।

ରିପୋର୍ଟ ମୁତାବକ ଆବେ ସେପ୍ଟେମ୍ବର ୧୬ରେ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ଆବେ ମୁଖ୍ୟ କ୍ୟାବିନେଟ ସଚିବ ଭାବେ ଦୀର୍ଘ ଦିନ ରହି ଆସିଥିଲେ । ୭୧ ବର୍ଷୀୟ ସୁଗା ଏକ କୃଷକ ପରିବାରରୁ ଆସିଛନ୍ତି । ସେ ୧୯୮୭ ୟୋକୋହାମା ସିଟ ନିର୍ବାଚନରେ ଜିତିଥିଲେ । ୧୯୯୬ରେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ ।

Comments are closed.