Latest Odisha News

ଦେଶର ୩୭ଟି ମେଗା ଫୁଡ଼ ପାର୍କକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରର ୩୭ଟି ମେଗା ଫୁଡ଼୍ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ୧୯ଟି ମେଗା ଫୁଡ଼ ପାର୍କ ଏବେସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇସାରିଛି । ପ୍ରତ୍ୟେକ ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବାପରେ ପ୍ରାୟ ୫୦୦୦ ଜଣଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କର୍ମନିଯୁକ୍ତିର ସୁଯୋଗ ଯୋଗାଇବ । ମଙ୍ଗଳବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହି ସୂଚନା ପ୍ରଦାନ କରିଛନ୍ତି ।

ଆମ ରାଜ୍ୟର ରାୟଗଡାର ଏମଆଇଟିଏସ୍ ମେଗା ଫୁଡ୍ ପାର୍କ ଜରିଆରେ ୨୧୨୪ ଜଣଙ୍କୁ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ନିଯୁକ୍ତି ମିଳିଥିବା ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.