Latest Odisha News

BREAKING NEWS

କିଭଳି ପାଇବେ ଶୁଦ୍ଧ ବିଚାର ଏବଂ ସୁସ୍ଥ ମନ…

ଭୁବନେଶ୍ୱର: ମନ ଏବଂ ଶରୀର ପରସ୍ପର ପରିପୂରକ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ଵିକ ଓ ପୁଷ୍ଟିକର ଆହାର ଯେତିକି ଆବଶ୍ୟକ ମାନସିକ ସୁସ୍ଥାତା ମଧ୍ୟରେ ସେତିକି ଅଧିକ ଆବଶ୍ୟକ । ଅନିଦ୍ରା, ଉଚ୍ଚ ରକ୍ତଚାପ, ହୃଦରୋଗ, କ୍ୟାନସର ଓ କୋଲାଇଟିସ୍ ଆଦି ମାରାତ୍ମକ ରୋଗଗୁଡିକ ମାନସିକ ଅସୁସ୍ଥାତା ପ୍ରଭାବରୁ ବୃଦ୍ଧି ପାଇଥାଏ । ସେଥିପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟ ପାଇଁ ଶୁଦ୍ଧ ବିଚାର ଏବଂ ସୁସ୍ଥ ମନର ଆବଶ୍ୟକତା ରହିଛି । ବିଚରା ବା ଚିନ୍ତନରେ ଆମ ମନ ମସ୍ତିଷ୍କ, ସ୍ୱାସ୍ଥ୍ୟ ତଥା ଆୟୁ ଉପରେ ଗଭୀର ପ୍ରଭାବ ରହିଛି ।

ତେବେ ଆୟୁ ବୃଦ୍ଧି ପାଇଁ ସୁସ୍ଥ ମାନସିକା ଏବଂ ବିଚାରାଗତ ଶୁଦ୍ଧତା ପ୍ରତି ଯତ୍ନବାନ୍ ହେବା ଅନିବାର୍ଯ୍ୟ  ଅଟେ ।

 

ଉତ୍ତମ ଏବଂ ସୁସ୍ଥ ବିଚାର ଜୀବନକୁ ସରଳ ତଥା ଆୟୁଷ୍ମାନ୍ କରିଥାଏ । ପ୍ରତ୍ୟେକ ବ୍ୟକ୍ତିକୁ ସର୍ବଦା ଅନୁକୂଳ ଚିନ୍ତନ କରିବା ଆବଶ୍ୟକ । “ମୋର ସମସ୍ତେ ମିତ୍ର ଅଟନ୍ତି କେହି ଶତ୍ରୁ ନାହାଁନ୍ତି ତଥା ଇଶ୍ଵର ସର୍ବଦା ମୋ ସହିତ ଅଛନ୍ତି ଏବଂ ମୁଁ ପ୍ରଭୁଙ୍କର ଓ ଇଶ୍ଵର ମୋର ଅଟନ୍ତି ଇତ୍ୟାଦି ଭାବନା ମନ ମଧ୍ୟରେ ରଖିବା ଉଚିତ୍” ।

ସମୟ ମିଳିଲେ ସତ୍ ସଙ୍ଗ ଦ୍ଵାରା ପ୍ରାର୍ଥନା, ଜପ , ଧ୍ୟାନ ଏବଂ ସଂକୀର୍ତ୍ତନ ମାଧ୍ୟମରେ ଇଶ୍ଵରଙ୍କ ଗୁଣକୀର୍ତ୍ତନ କରିବା ଦ୍ଵାରା ବିଭୁକୃପା ଲାଭ କରାଯାଇଥାଏ ବା ଏହାଦ୍ଵାରା ମାନସିକ ଶାନ୍ତି ମିଳିଥାଏ ।

ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହେବା ପାଇଁ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତା ସହିତ ବ୍ୟକ୍ତିକୁ ସାମାଜିକ ସୁସ୍ଥତା ମଧ୍ୟ ହାସଲ କରିବାକୁ ପଡିଥାଏ । ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ପରିମାର୍ଜିତ ଓ ଶୃଙ୍ଖଳିତ କରିବା ସହ ଖାଦ୍ୟପେୟରେ ସାତ୍ତ୍ଵିକତା ଓ ସଂଯମତା ତଥା ବିଚାରାଗତ ଶୁଦ୍ଧତାକୁ ବଜାୟ ରଖିଲେ ନିଶ୍ଚିତ ଭାବେ ଦୀର୍ଘାୟୁ  ଏବଂ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରିବ, ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.