ଭୁବନେଶ୍ୱର: ଆଶ୍ଵିନ ମାସର ପାଳିତ ହୁଏ ବିଶ୍ଵକର୍ମାଙ୍କ ପୂଜା । ଯେପରି ଧନର ଦେବୀ ଲକ୍ଷ୍ମୀ, ବିଦ୍ୟାର ଦେବତା ଗଣେଶ ଓ ସରସ୍ଵତୀ ଠିକ୍ ସେହିପରି ଶିଳ୍ପକାଳ, ଯାନ୍ତ୍ରୀକ ବିଦ୍ୟାର ଅଧିକାରୀ ବିଶ୍ଵକର୍ମୀ ବୋଲି ବିଶ୍ଵାସ କରାଯାଏ ।
ଅତୀତରେ ଏ ମୂର୍ତ୍ତିପୂଜାର ପ୍ରଚଳନ ନଥିଲା, ତେଣୁ ଘଟପୂଜା ହେଉଥିଲା । ତାଛଡା କେତେକ ସ୍ଥାନରେ ଶାଳଗ୍ରାମକୁ ପୂଜା ମଧ୍ୟ କରାଯାଉଥିଲା । ଏହି ଦିନଟି ଠିକ୍ ସରସ୍ଵତୀ ଓ ଗଣେଶ ପୂଜା ପରି କରାଯାଏ । ପ୍ରତ୍ୟେକ ନିଜ ନିଜର ଅୟୁଧନମାନ ପୂଜାରେ ବସାଇ ଏହି ଦିନଟି ଉପବାସ ରହିବେ। ନୂତନ ବସ୍ତ୍ର ପରିଧାନ ମଧ୍ୟ କରିପାରିବେ । ମୂର୍ତ୍ତି ପୂଜା କଳକାରଖାନା ଶିଳ୍ପାୟତନଗୁଡିକରେ କରିପାରିବେ ।
ସ୍କନ୍ଦପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ଵକର୍ମୀଙ୍କର ପଞ୍ଚମୁଖ । ତାଙ୍କର ପାଞ୍ଚ ମୁଖ ଯାହା ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଋଷିଙ୍କ ମନ୍ତ୍ର ଦ୍ଵାରା ଉତ୍ପନ୍ନ ହୋଇଛି । ତାଙ୍କର ନାମ ହେଉଛି ମନୁ, ମୟ, ତ୍ଵଷ୍ଟା, ଶିଳ୍ପୀ ଓ ଦେବଜ୍ଞ । ଏମାନଙ୍କୁ ମଧ୍ୟ ପାଞ୍ଚପୁତ୍ର କୁହାଯାଏ ।
ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ଏଣୁ ବିଶ୍ଵକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ । ପୁରାଣରୁ ଜଣାଯାଏ ବିଶ୍ଵକର୍ମା ରୂପକ ବ୍ରହ୍ମା ପ୍ରାଣୀ ଜଗତ ସୃଷ୍ଟି ପାଇଁ ୮୪ ଲକ୍ଷ ଯୋନି ଉତ୍ପନ୍ନ କରିଥିଲେ । ବ୍ରହ୍ମା ଶ୍ରୀବିଷ୍ଣୁଙ୍କୁ ଜଗତରେ ଉତ୍ପନ୍ନ କରି ସମସ୍ତ ପ୍ରାଣୀକୁ ରକ୍ଷା ଓ ଭରଷପୋଷଣ ଦାୟିତ୍ଵ ଦେଲେ ।
Comments are closed.