Latest Odisha News

BREAKING NEWS

ନିମ ଫୁଲରେ ଭରି ରହିଛି ଅନେକ ଔଷଧୀୟ ଗୁଣ..

ଭୁବନେଶ୍ୱର: ପାଟିକୁ କଡା ଲାଗୁଥିବା ନିମ ଗଛର ରହିଛି ଅନେକ ଔଷଧୀୟ ଗୁଣ । ଏହାର ପତ୍ର ଫୁଲ, ଛାଲି ଏବଂ ଚେରକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ତେବେ ଏହି ନିମ ପତ୍ର ଓ ଫୁଲରେ ଅନ୍ୟାନ୍ୟ କେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଆସନ୍ତୁ ଜାଣିବା ।

ଏକ ମୁଠା ନିମ ଫୁଲକୁ ପାଣିରେ ଭଲ ଭାବରେ ଫୁଟାଇ ସେଥିରେ ଏକ ଚାମଚ ଲେମ୍ବୁ ରସ ଅଧା ଚାମଚ ମହୁ ମିଶାଇ ସବୁଦିନ ସକାଳେ ଖାଲି ପେଟରେ ପିଅନ୍ତୁ । ମୋଟାପଣ କମ୍ ହୋଇଥାଏ ।

ନିମ ଗଛର କଅଁଳ ପତ୍ର ରସ କିମ୍ବା ପତ୍ରକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ ବ୍ଲଡ଼ ଶୁଗାର ନିୟନ୍ତ୍ରଣ ହୋଇଥାଏ ।

ନିମ ପତ୍ରକୁ ବାଟି ଦେହରେ ଲଗାଇଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ଦୂର ହୋଇଥାଏ ।

ପେଟ ସମ୍ବନ୍ଧୀୟ କୌଣସି ରୋଗ ଦେଖାଦେଉଥିଲେ ନିମ ପତ୍ର ଓ ହଳଦୀକୁ ବାଟି ସୋରିଷ ତେଲରେ ମିଶାଇ ପେଟରେ ଲଗାଇଲେ ଉପଶମ ମିଳେ ।

ଏକ କପ୍ ନିମ ଛାଲରେ କାଢା ପ୍ରସ୍ତୁତ କରି ସେଥିରେ ଜୀରା ଏବଂ ଧନିଆ ପାଉଡ଼ର ମିଶାଇ ପିଇଲେ ମେଲେରିଆରୁ ଉପଶମ ମିଳେ ।

ନିମ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ ରୂପି କମିବା ସହ ଚୁଟି ଝଡିବା ବନ୍ଦ ହୋଇଯାଏ ।

ଅଧ ଚାମଚ ନିମ ପତ୍ର ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସ୍ ରୋଗ ଦୂର ହୋଇଥାଏ ।

କଅଁଳ ନିମ ପତ୍ର ଓ ଫୁଲକୁ ଚୋବାଇବା ଦ୍ଵାରା ପେଟର କୃମି ଦୂର ହୁଏ ।

ନିମପତ୍ର ଓ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍ ଏବଂ ଆମିନୋ ଏସିଡ୍ ରହିଛି ଯାହା ଶରୀରରେ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ ।

Leave A Reply

Your email address will not be published.