Latest Odisha News

BREAKING NEWS

ଭାରତ-ଚୀନ ସୀମା ବିବାଦ: ଫୁଟିଲାଣି ୨୦୦ ରାଉଣ୍ଡ ଗୁଳି

ନୂଆଦିଲ୍ଲୀ: ଅଶାନ୍ତ ରହିଛି ଭାରତ ଚୀନ ସୀମା । ଏଣୁ କିଛି ଦିନ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟି ମସ୍କୋରେ ଏକ ଚୁକ୍ତିନାମାରେ କରିଛନ୍ତି ।

ଲଦାଖରେ ଥିବା LAC ରେ ଉତ୍ତେଜନା ବୃଦ୍ଧି ପାଇବା ହେତୁ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ପକ୍ଷରୁ ପାଙ୍ଗୋଙ୍ଗ ସୋ’ର ଉତ୍ତର କୂଳରେ ଗୁଳିବାରି ହୋଇଥିବା ସୂଚନା ମିଳିଛି । ଭାରତୀୟ ସୈନ୍ୟମାନେ ଫିଙ୍ଗର ୩ର ପଶ୍ଚିମ ପାର୍ଶ୍ୱକୁ ଯାଇଥିବାବେଳେ ଚୀନ୍ ସେନା ଫିଙ୍ଗର ୩ ଓ ୪ ମଧ୍ୟରେ ଥିବା ଅଞ୍ଚଳକୁ ଦଖଲ କରିବାକୁ ଯାଇଥିଲା।

ଉଭୟ ଦେଶ ପକ୍ଷରୁ ୩ଥରରେ ପ୍ରାୟ ୧୦୦-୨୦୦ ରାଉଣ୍ଡ ଗୁଳି ଚଳାଯାଇଛି । ସୈନ୍ୟମାନେ ପରସ୍ପରର ୩୦୦ ମିଟର ପର୍ଯ୍ୟନ୍ତ ନିକଟତର ହୋଇଥିଲେ ।

ସେପ୍ଟେମ୍ବରର ପ୍ରଥମ ସପ୍ତାହରେ, ପାଙ୍ଗୋଙ୍ଗ ସୋ’ର ଉଭୟ ଉତ୍ତର ଏବଂ ଦକ୍ଷିଣ କୂଳରେ ସେପ୍ଟେମ୍ବରର ପ୍ରଥମ ସପ୍ତାହରେ ଗୁଳି ବିନିମୟ ହୋଇଥିବା ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.