Latest Odisha News

BREAKING NEWS

ଏହି ଦିନ ଧମାକା କରିବ ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’

ମୁମ୍ବାଇ: ଦୀପାବଳିରେ ଧମାକା କରିବ ଖିଲାଡି ଷ୍ଟାର ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’ । ନିଜ ପୁଅର ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଏହି ସ୍ପେଶାଲ ସରପ୍ରାଇଜ ଦେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅକ୍ଷୟ ତାଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀବମ୍‌’ର ରିଲିଜ ତାରିଖ ଘୋଷଣା କରିଛନ୍ତି । ଫିଲ୍ମଟି ଆସନ୍ତା ନଭେମ୍ବର ୯ ତାରିଖରେ ଓଟିଟି ପ୍ଲାଟଫ୍ଲର୍ମ ଡିଜନୀ ପ୍ଲସ ହଟଷ୍ଟାର୍‌ରେ ରିଲିଜ ହେବ ।

ଏଥିସହ ଅକ୍ଷୟ କୁମାର ତାଙ୍କ ଫିଲ୍ମର ଏକ ଟିଜର ମଧ୍ୟ ରିଲିଜ କରିଛନ୍ତି । ଏହି ଟିଜରରେ ଲକ୍ଷ୍ମଣ କିପରି ଲକ୍ଷ୍ମୀରେ ପରିଣତ ହେଉଛି ତାହା ଦେଖିବାକୁ ମିଳିଛି । ପୂର୍ବରୁ ଏହି ଫିଲ୍ମଟି ବଡ ପରଦାରେ ରିଲିଜ ହେବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁଁ ଏହାକୁ ଏବେ ମେକର୍ସମାନେ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ଯାଉଛନ୍ତି । ରାଘବ ଲରେନ୍ସଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଅକ୍ଷୟ ଥିବା ବେଳେ ତାଙ୍କ ଅପଜିଟିରେ ଅଛନ୍ତି କିଆରା ଆଡଭାନୀ । ଏହାକ ହରର କମେଡି ଫିଲ୍ମ ।

Leave A Reply

Your email address will not be published.