Latest Odisha News

BREAKING NEWS

ଏକାଥରେ ଆସୁଛି ୫ଟି ସାମୁଦ୍ରିକ ଝଡ !

ନୂଆଦିଲ୍ଲୀ: ଏକାଥରକେ ମାଡି ଆସୁଛି ୫ଟି ସାମୁଦ୍ରିକ ଝଡ । ଏହି ବାତ୍ୟାଗୁଡିକ ସୃଷ୍ଟି ହୋଇଛି ଆଂଟଲାଟିକ ମହାସାଗରରେ । ସାଟେଲାଇଟ ଜରିଆରେ ଏହି ୫ଟ ବାତ୍ୟାର ସ୍ପଷ୍ଟ ଚିତ୍ର ଦେଖାଦେଉଛି । ଏହି ବାତ୍ୟାଗୁଡିକୁ ପାଉଲେଟ୍‌, ରେନେ, ସାଲେ, ଟେଡି ଓ ଭିକି ନାମକରଣ କରାଯାଇଛି । ‘ପାଉଲେଟ’ ବରମୁଡା ଅତିକ୍ରମ କରି ଆମେରିକା ଆଡେ ମୁହାଁଉଥିବା ବେଳେ ‘ସାଲେ’ ମେକ୍ସିକୋ ଆଡକୁ ମୁହାଁଇଛି । ସେହିପରି ‘ଟେଡି’ ଓ ‘ଭିକି’ ଏବେ ମହାସାଗର ଭିତରେ ବଳଗୋଟାଉଛନ୍ତି । ଆସନ୍ତା କିଛି ଘଂଟା ପରେ ଏହ ଦୁଇ ବାତ୍ୟର ଗତି କୁଆଡେ ରହିବ ତାହା ଜଣାପଡିବ । ସେପଟେ ‘ରେନେ’ ମହାସାଗର ମଧ୍ୟରେ ଦୁର୍ବଳ ହୋଇଛି । ଏନେଇ ଆର୍ନ୍ତଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡିଛି ।

ତେବେ ଏକାଥରକେ ୫ଟି ସାମୁଦ୍ରିକ ଝଡ ମାଡି ଆସିବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ୧୯୭୧ ମସିହାରେ ଆଂଟଲାଟିକ୍ ମହାସାଗରେ ଏଭଳି ୫ଟି ବାତ୍ୟା ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.