Latest Odisha News

ଡିଜିଟାଲ୍ ମିଡିଆ ପାଇଁ ନିୟମ ମାନକ ବହୁତ ଜରୁରୀ: କେନ୍ଦ୍ର

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ମିଡିଆ ପୂର୍ବରୁ ସୁପ୍ରିମକୋର୍ଟ ପ୍ରଥମେ ଡିଜିଟାଲ୍ ମିଡିଆ ପାଇଁ ନିୟାମକ ମାନକ ଗଠନ କରିବାକୁ ବିଚାର କରିବେ କାରଣ ଏହାର ପ୍ରଭାବ ଅଧିକ ରହିଛି ବୋଲି ସରକାର କହିଛନ୍ତି।

ଗୁରୁବାର ଦିନ ଶୁଣାଣି ପୂର୍ବରୁ ବୈଦ୍ୟୁତିକ ଗଣମାଧ୍ୟମର ମାନଦଣ୍ଡ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଦେଇଥିବା ବିବୃତ୍ତିରେ କେନ୍ଦ୍ର ଏହା କହିଛି। ଡିଜିଟାଲ୍ ମିଡିଆ ଦ୍ରୁତ ଗତିରେ ଲୋକଙ୍କ ନିକଟକୁ ପହଞ୍ଚିଛି, ୱାଟ୍ସ ଆପ୍ ଏବଂ ଫେସବୁକ୍ ଭଳି ଆପ୍ ଯୋଗୁଁ ଖବର ଭାଇରାଲ୍ ହେବାର ସମ୍ଭାବନା ରହିଛି । ଏଣୁ କୋର୍ଟ ପ୍ରଥମେ ଡିଜିଟାଲ ମିଡିଆ କଥା ଭାବିବା ଉଚିତ ବୋଲି ଏଥିରେ କୁହାଯାଇଛି।

ଇଲେକ୍ଟ୍ରୋନିକ୍ ମିଡିଆ ଏବଂ ପ୍ରିଣ୍ଟ ମିଡିଆରେ ପର୍ଯ୍ୟାପ୍ତ ଢାଞ୍ଚା ଏବଂ ବିଚାର ଅଛି ବୋଲି ସରକାର କହିଛନ୍ତି। ବକ୍ତବ୍ୟର ସ୍ୱାଧୀନତା ଏବଂ ଦାୟିତ୍ୱପୂର୍ଣ ସାମ୍ବାଦିକତାକୁ ସନ୍ତୁଳିତ କରିବା ପ୍ରସଙ୍ଗରେ ଆଇନଗତ ନିୟମ ଥିବା ଏବଂ  ଏହା ଦ୍ୱାରା ଇଲେକ୍ଟ୍ରୋନିକ୍ ମିଡିଆ ଆଦି ପରିଚାଳିତ ହେଉଥିବା କଥା କୁହାଯାଇଛି ।

ଏହାପୂର୍ବରୁ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଟିଆରପି ଏବଂ ଟିଭିରେ ସମ୍ବେଦନଶୀଳତା ବିଷୟରେ ନେଇ ଉଦବେଗ ପ୍ରକାଶ କରିଥିଲେ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ପାଇଁ ମାନଦଣ୍ଡ ଦେବା ପାଇଁ ଏକ ପ୍ୟାନେଲ୍ ଗଠନ କରିବେ ବୋଲି କହିଥିଲେ।

Comments are closed.