ପୁରୀ: ପୁରୀର ଚା ଦୋକାନୀ ଅକ୍ଷୟ ଜୟସିଂହ (ଅକ୍ଷୁ ଭାଇ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ଜବରଦସ୍ତ ପ୍ରଶଂସକ । ସବୁ ବର୍ଷ ପରି ଏଥର ମଧ୍ୟ ସେ ତାଙ୍କ ପ୍ରିୟ ତଥା ଆଦର୍ଶ ନେତା ମୋଦିଙ୍କ ଜନ୍ମଦିନ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ସକାଳୁ ତାଙ୍କ ସହ ଛୋଟ ଛୋଟ ପିଲାମାନେ ମୋଦିଙ୍କୁ ଜନ୍ମ ଦିନରେ କେକ୍ କାଟିଥିଲେ । ଏହା ପରେ ମାଗଣା, ଚା ଓ ରସଗୋଲା ବଂଟା ଯାଇଥିଲା । କୋଭିଡ-୧୯ ନିୟମ ମାନି ସେ ଶୃଙ୍ଖଳତାର ସହ ଏହି କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ୭୦ଟି ଚାରା ବାଂଟିଥିଲେ ।
ଏହି ଅବସରରେ ପ୍ରକୃତିପ୍ରେମୀ ବଦ୍ରି ମିଶ୍ର, ସୌମ୍ୟରଂଜନ ପାତ୍ର, ବସନ୍ତ କୁମାର କର, ମନୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅକ୍ଷୁ ଭାଇଙ୍କୁ କାର୍ଯ୍ୟରେ ସହଯୋଗ କରିଥିଲେ ଜ୍ୟୋତିପ୍ରସାଦ ଶତପଥୀ ।
Comments are closed.