Latest Odisha News

BREAKING NEWS

ଜୟାଙ୍କ ମନ୍ତବ୍ୟ ପରେ ଭାଇରାଲ ହେଉଛି ଶ୍ୱେତା ବଚ୍ଚନଙ୍କ ଭିଡିଓ! ଦେଖନ୍ତୁ

ମୁମ୍ବାଇ: ପାର୍ଲିଆମେଣ୍ଟରେ ବଲିଉଡକୁ ସର୍ପୋଟ କରି ଜୟା ବଚ୍ଚନ ନିଜର ମନ୍ତବ୍ୟ ରଖିବା ପରେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ଝିଅ ଶ୍ୱେତା ବଚ୍ଚନଙ୍କ ଏକ ଭିଡିଓ । ଯେଉଁଥିରେ ସେ ନିଶାଶକ୍ତ ଅବସ୍ଥାରେ ଦେଖିବାକୁ ମିଳୁଛନ୍ତି ।

ଉକ୍ତ ଭିଡିଓରେ ଫ୍ୟାଶନ ଏଣ୍ଟରପ୍ରିନୋର ଶ୍ୱେତା ଏକ ରେଷ୍ଟୁରାଣ୍ଟରୁ ବାହାରକୁ ବାହାରୁଛନ୍ତି ଏବଂ ସାଥୀରେ ଫିଲ୍ମମେକର ଜୋୟା ଅଖତର ଓ ନତାଶା ନନ୍ଦା ଦେଖିବାକୁ ମିଳୁଛନ୍ତି ।

ତେବେ ଅଭିନେତ୍ରୀରୁ ରାଜନୀତିରେ ପ୍ରବେଶ କରିଥିବା ଜୟା ବଚ୍ଚନ ବଲିଉଡର ଛବି ଖରାପ କରୁଥିବା ଦର୍ଶାଇ ଗତ ମଙ୍ଗଳବାର ଦିନ ଲୋକଙ୍କ ଉପରେ ଖୁବ୍ ବର୍ଷିଥିଲେ । ଏପିରିକି ସେ ଲୋକମାନଙ୍କୁ କହିଥିଲେ ଯେ “ଜିସ୍ ଥାଲି ମେଁ ଖାତେହେଁ ଉସି ମେଁ ଛେଦ କରତେ ହେଁ” ।

ଜୟାଙ୍କର ଏଭଳି ମନ୍ତବ୍ୟ ପରେ ମୁମ୍ବାଇ ସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.