ପୁରୀ: ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଯିବ ଇଣ୍ଡିଆନ ପ୍ରିମିୟର ଲିଗ୍ । ଚେନ୍ନାଇ ସୁପର କିଙ୍ଗ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉଦଘାଟନୀ ମୁକାବିଲା ହେବ । ଯୁବ ପିଢ଼ୀକୁ ଉତ୍କଣ୍ଠା ଓ ରେ।।ମଂଚ ଯୋଗାଇ ଆସିଥିବା ଏହି ଆଇପିଏଲ ଏଥର କରୋନା ମହାମାରୀ କବଳରେ ପଡିଛି । ନିୟମ ସବୁ ବଦଳି ଯାଇଛି । ମନରେ ପ୍ରଶ୍ନ ଉଠୁଛି ନୂତନ ନିୟମ ମନର ରୋମାଂଚ ଭରିବ ତ ? ଆସନ୍ତୁ ଜାଣିବା ୟୁଏଇରେ ହେବାକୁ ଥିବା ଆଇପିଏଲରେ କଣ ସବୁ ନୂତନ ନିୟମ ଲାଗୁ କରାଯାଇଛି ।
୧. ବୋଲରମାନେ ଲାଳର ବ୍ୟବହାର କରିପାରିବେ ନାହିଁ ।
୨.ଧଳା ବଲରେ ମ୍ୟାଚ ଖେଳାଯିବ । ଏହା ପ୍ରାୟତଃ ୨/୩ ଓଭର ସୁଇଂ କରିଥାଏ । ଲାଳର ବ୍ୟବହାର ନକରିବା ବିଶେଷ ପ୍ରଭାବ ପକାଇବ ନାହିଁ ।
୩. ନୋ ବଲ ଉପରେ ଥାର୍ଡ ଅମ୍ପାୟର ନଜର ରଖିବେ ।
୪. ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ ।
୫. ଜଣେ ଖେଳାଳି କରୋନା ପଜିଟିଭ ବାହାରିଲେ ତାଙ୍କ ସ୍ଥାନରେ ନୂତନ ଖେଳାଳି ସାମିଲ ହୋଇପାରିବେ ।
୬.ଚିୟରଲିଡର୍ସ ଓ ପ୍ରଶଂସକ ରହିବେ ନାହିଁ । ମେଗା ସ୍କ୍ରିନ ରେକର୍ଡିଂ କରାଯାଇଥିବା ଭିଡିଓ ଦେଖାଇପାରିବେ ।
୭. ବାୟୋ ସିକ୍ୱୋର ପରିବେଶ । ଏଥିରେ ଅଂଶଗ୍ରହଣ କରୁଥିବା ଖେଳାଳି, ସପୋର୍ଟ ଷ୍ଟାଫ, ମ୍ୟାଚ ଅଫିସିଆଲ, ହୋଟେଲ ଷ୍ଟାଫ ଓ ମେଡିକାଲ ଟିମ୍ କେବଳ ରହିବେ । ଏହା ବ୍ୟତୀତ କାହାକୁ ଖେଳାଳି ଭେଟି ପାରିବେ ନାହିଁ । ଖେଳାଳି ବାୟୋ ସିକ୍ୱୋର ନିୟମ ଭାଙ୍ଗିଲେ ଦଣ୍ଡିତ ହେବେ ।
୮. ଆଘାତପ୍ରାପ୍ତ ଖେଳାଳିଙ୍କ ସ୍ଥାନରେ ନୂତନ ଖେଳାଳି ଦଳରେ ସଙ୍ଗେ ସଙ୍ଗେ ସାମିଲ ହୋଇପାରିବେ ।
୯. ଲାଳର ବ୍ୟବହାର କଲେ ୨ ଥର ଟିମକୁ ଚେତାବନୀ ଦିଆଯିବ । ନ ମାନିଲେ ବିପକ୍ଷ ଟିମ୍ କୁ ୫ରନ ଦିଆଯିବ ।
୧୦. ଦୁଇ ପ୍ରତିଦ୍ୱନ୍ଦ୍ୱୀ ଟିମର ଅଧିନାୟକ ହାତ ମିଳାଇ ପାରିବେ ନାହିଁ ।
BREAKING NEWS
- ରଣନୀତି ଅନୁସାରେ ଧୋନୀ ଖେଳୁଛନ୍ତି ନାଁ ଅଛନ୍ତି ଅନଫିଟ
- ପ୍ରତିଶ୍ରୁତି ଦେଇ ଟିକେଟ ଦେଲାନି ବିଜେଡି, ସ୍ୱାଧିନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କଲେ ଦମ୍ପତି
- ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୁଜିତ୍ ମହାପାତ୍ର ଓ ଉମାବଲ୍ଲଭ ରଥ
- ଦେଇଦେଲେ ତାରିଖ
- ବଢିଲା କ୍ରେଜିୱାଲଙ୍କ ଅଡୁଆ: ଆତଙ୍କବାଦୀଙ୍କଠାରୁ ଚାନ୍ଦା ନେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ
- କଂଗ୍ରେସ, ରାହୁଲଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନ
- ସାମ୍ନାକୁ ଆସିଲା ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ
- ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା, ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ
- ୪୧ ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ
- ଅବକାରୀ ଦୁର୍ନୀତି ମାମଲାରେ କେ.କବିତାଙ୍କୁ ପୁଣି ଝଟ୍କା, ମିଳିଲାନି ଜାମିନ୍