ପୁରୀ: ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଯିବ ଇଣ୍ଡିଆନ ପ୍ରିମିୟର ଲିଗ୍ । ଚେନ୍ନାଇ ସୁପର କିଙ୍ଗ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉଦଘାଟନୀ ମୁକାବିଲା ହେବ । ଯୁବ ପିଢ଼ୀକୁ ଉତ୍କଣ୍ଠା ଓ ରେ।।ମଂଚ ଯୋଗାଇ ଆସିଥିବା ଏହି ଆଇପିଏଲ ଏଥର କରୋନା ମହାମାରୀ କବଳରେ ପଡିଛି । ନିୟମ ସବୁ ବଦଳି ଯାଇଛି । ମନରେ ପ୍ରଶ୍ନ ଉଠୁଛି ନୂତନ ନିୟମ ମନର ରୋମାଂଚ ଭରିବ ତ ? ଆସନ୍ତୁ ଜାଣିବା ୟୁଏଇରେ ହେବାକୁ ଥିବା ଆଇପିଏଲରେ କଣ ସବୁ ନୂତନ ନିୟମ ଲାଗୁ କରାଯାଇଛି ।
୧. ବୋଲରମାନେ ଲାଳର ବ୍ୟବହାର କରିପାରିବେ ନାହିଁ ।
୨.ଧଳା ବଲରେ ମ୍ୟାଚ ଖେଳାଯିବ । ଏହା ପ୍ରାୟତଃ ୨/୩ ଓଭର ସୁଇଂ କରିଥାଏ । ଲାଳର ବ୍ୟବହାର ନକରିବା ବିଶେଷ ପ୍ରଭାବ ପକାଇବ ନାହିଁ ।
୩. ନୋ ବଲ ଉପରେ ଥାର୍ଡ ଅମ୍ପାୟର ନଜର ରଖିବେ ।
୪. ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ ।
୫. ଜଣେ ଖେଳାଳି କରୋନା ପଜିଟିଭ ବାହାରିଲେ ତାଙ୍କ ସ୍ଥାନରେ ନୂତନ ଖେଳାଳି ସାମିଲ ହୋଇପାରିବେ ।
୬.ଚିୟରଲିଡର୍ସ ଓ ପ୍ରଶଂସକ ରହିବେ ନାହିଁ । ମେଗା ସ୍କ୍ରିନ ରେକର୍ଡିଂ କରାଯାଇଥିବା ଭିଡିଓ ଦେଖାଇପାରିବେ ।
୭. ବାୟୋ ସିକ୍ୱୋର ପରିବେଶ । ଏଥିରେ ଅଂଶଗ୍ରହଣ କରୁଥିବା ଖେଳାଳି, ସପୋର୍ଟ ଷ୍ଟାଫ, ମ୍ୟାଚ ଅଫିସିଆଲ, ହୋଟେଲ ଷ୍ଟାଫ ଓ ମେଡିକାଲ ଟିମ୍ କେବଳ ରହିବେ । ଏହା ବ୍ୟତୀତ କାହାକୁ ଖେଳାଳି ଭେଟି ପାରିବେ ନାହିଁ । ଖେଳାଳି ବାୟୋ ସିକ୍ୱୋର ନିୟମ ଭାଙ୍ଗିଲେ ଦଣ୍ଡିତ ହେବେ ।
୮. ଆଘାତପ୍ରାପ୍ତ ଖେଳାଳିଙ୍କ ସ୍ଥାନରେ ନୂତନ ଖେଳାଳି ଦଳରେ ସଙ୍ଗେ ସଙ୍ଗେ ସାମିଲ ହୋଇପାରିବେ ।
୯. ଲାଳର ବ୍ୟବହାର କଲେ ୨ ଥର ଟିମକୁ ଚେତାବନୀ ଦିଆଯିବ । ନ ମାନିଲେ ବିପକ୍ଷ ଟିମ୍ କୁ ୫ରନ ଦିଆଯିବ ।
୧୦. ଦୁଇ ପ୍ରତିଦ୍ୱନ୍ଦ୍ୱୀ ଟିମର ଅଧିନାୟକ ହାତ ମିଳାଇ ପାରିବେ ନାହିଁ ।
BREAKING NEWS
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ

Comments are closed.