Latest Odisha News

ମହାରାଷ୍ଟ୍ରରେ କୋଠା ଭୁଶୁଡି ୧୦ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଭିୱଣ୍ଡିରେ ଅଘଟଣା । ଭୁଶୁଡିଲା ୩ ମହଲା କୋଠା । ଆଜି ସକାଳୁ ଏହି ଦୁର୍ଘଟଣା ଘଟିିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିଏମ୍‌ସି ସୂଚନା ଦେଇଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଏନ୍‌ଆର୍‌ଏଫ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସେପଟେ ଭଗ୍ନାବଶେଷ ତଳୁ ଏନ୍‌ଡିଆର୍‌ଏଫ୍ ଜଣେ ଶୁଶିକୁ ଜୀବନ୍ତ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଡଜନେ ଲୋକ ଏବେ ବି ଆବର୍ଜନା ତଳେ ଫସି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ସହରର ପଟେଲ କମ୍ପାଉଣ୍ଡ ଅଞ୍ଚଳରେ ସକାଳେ କୋଠାଟି ଭୁଶୁଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ୨୦ଜଣଙ୍କୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.