ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ସୋମବାର ଦିନ ଆଉ ୨ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।
ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ବର୍ତ୍ତମାନ ସୁଦ୍ଧା ସେକେଣ୍ଡ ପିଛା ୪୭,୩୨୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୪୮,୭୩୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ମିଳିଥିବା ସୂଚନାନୁଯାୟୀ ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏହାର ଜଳସ୍ତର ୬୨୮.୩୧ ଫୁଟକୁ ଛୁଇଁଛି ।
Comments are closed.