ମୁମ୍ବାଇ: ଆସିଲା ବଲିଉଡର ଅପ୍କମିଂ ମୁଭି ‘ରୋଜି’ର ଫାଷ୍ଟ ଲୁକ୍ । ଏହି ପୋଷ୍ଟରରେ ବିବେକ ଓବରୟ ଏବଂ ଟେଲି ଷ୍ଟାର ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀଙ୍କୁ ଦମଦାର ଲୁକ୍ରେ ଦେଖିବାକୁ ମିଳିଛି । ଏହି ପୋଷ୍ଟର ଟିକୁ ପଲ ନିଜେ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।
ଏହି ଫିଲ୍ମଟି ହେଉଛି ପଲକଙ୍କ ବଲିଉଡ ଡେବ୍ୟୁ ଫିଲ୍ମ । ଟେଲି ଷ୍ଟାର ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ସର୍ବଦା ନିଜ ଗ୍ଲାମରସ ଲୁକ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫ୍ୟାନ୍ସମାନେ ତାଙ୍କୁ ଇଣ୍ଡିଅନ୍ କଏଲି ଜେନର ନାଁରେ ଡାକନ୍ତି ।
ଫିଲ୍ମରେ ପଲକ ରୋଜି ଭୂମିକାରେ ନଜର ଆସିବେ । ବିଶାଲ ରଂଜନ ମିଶ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟି ଆସନ୍ତା ଡିସେମ୍ବର ମାସରେ ରିଲିଜ ହେବ । ଏହା ଏକ ସସ୍ପେନ୍ସ ଥ୍ରୀଲର ମୁଭି ।
Comments are closed.