Latest Odisha News

BREAKING NEWS

ନାବାଳିକା ଗଣଦୁଷ୍କର୍ମ ମାମଲା, ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳୁ: ଜାଗୀ

ଭୁବନେଶ୍ୱର:ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ  ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭିର  ଏମଡି ଜାଗିମଙ୍ଗତ ପଣ୍ଡା ।  ମହିଳା କମିଶନଙ୍କ ପକ୍ଷରୁ ହୋଇଥିବା ନୋଟିସ ଆଧାରରେ  ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡା ହାଜର ହୋଇଛନ୍ତି । ପୀଡିତା ନାବାଳିକା ମାଙ୍କ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗ ଓ ଦାଖଲ କରାଯାଇଥିବା ଅଡିଓ କ୍ଲିପ ଆଧାରରେ  ଏହି ନୋଟିସ  କରାଯାଇଥିଲା ।

BjdElectrycity

ହାଜର ପରେ ଜାଗିମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି ହୋଇଛି । ଏଥିରେ  ଘଟଣାର ପଙ୍ଖାନୁପୁଙ୍ଗ ତଦନ୍ତ ପାଇଁ ଦାବି କରାଯାଇଛି। ଦୋଷ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ  ପ୍ରେସ ରିଲିଜରେ କୁହାଯାଇଛି ।

ଲକଡାଉନ ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ଓଟିଭିର ଦୁଇଜଣ କର୍ମଚାରୀ, ୨ ଜଣ ସୁରକ୍ଷା କର୍ମୀ ଓ ୩ଜଣ ପୁଲିସ ଏଥିରେ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଥିଲା । ପୁଲିସ ମାମଲାର ତଦନ୍ତ କରୁଛି ।  ମାମଲାରେ ଓଟିଭିର କିଛି କର୍ମଚାରୀଙ୍କୁ ବି ଜେରା କରାଯାଇଛି ।

Leave A Reply

Your email address will not be published.