Latest Odisha News

BREAKING NEWS

ନିଲମ୍ବିତ ସାଂସଦଙ୍କୁ ସମର୍ଥନ କରି ଗୋଟିଏ ଦିନ ଉପବାସରେ ଶରଦ ପାୱାର

ନୂଆଦିଲ୍ଲୀ: ନିଲମ୍ବନଙ୍କୁ ବିରୋଧ କରି ସଂସଦ ପରିସରରେ ସୋମବାର ରାତିରେ ଧାରଣା ବସିଥିଲେ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୮ ସଦସ୍ୟ । ଏବେ ସେମାନଙ୍କୁ ସମର୍ଥନ କରି ଏନସିପି ମୁଖ୍ୟ ଶରଦ ପାୱାର ଗୋଟିଏ ଦିନ ଉପବାସରେ ରହିଥିବା ମଙ୍ଗଳବାର ଦିନ କହିଛନ୍ତି ।

ସୂଚନାନୁଯାୟୀ, ଲୋକସଭାରେ ପାରିତ ହୋଇଥିବା କୃଷି ବିଲ୍ ରାଜ୍ୟସଭାରେ ପାସ୍ ହେବା ପୂର୍ବରୁ ବହୁ ବିରୋଧରେ ସମ୍ମୁଖୀନ ହୋଇଥିଲା । ଏପରିକି ବିରୋଧି ମାନେ ସଂସଦରେ ହଙ୍ଗାମା କରିବା ସହ ରୁଲିଂ ବୁକ୍ ମଧ୍ୟ ଚିରି ଦେଇଥିଲେ । ଯାହା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା ।

ଏହି ଅବସରରେ ଶରଦ ପାୱାର କହିଛନ୍ତି ଯେ ଏଭଳି ଭାବେ ବିଲ୍ ପାସ୍ ହେବାର ସେ କେବେ ଦେଖି ନାହାଁନ୍ତି। ସେ କହିଛନ୍ତି ଯେ ସଦସ୍ୟ ମାନେ ତାଙ୍କ ମତ ରଖିଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି, ତେଣୁ ମୁଁ ତାଙ୍କ ସମର୍ଥନରେ କରି ଉପବାସରେ ବସିଛି।

ସେ ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ କୃଷି ବିଲକୁ ନେଇ ସରକାର ତତ୍ପର ଥିଲେ ଏବଂ ଏହା ଉପରେ ଆଲୋଚନା କରିବାକୁ ବି ଚାହୁଁନାହାଁନ୍ତି। ଏଥିସହିତ ତାଙ୍କ କହିବାନୁସାରେ, ଏହି ବିଲ୍ ଉପରେ ଆଲୋଚନା ହେବାର ଥିଲା କିନ୍ତୁ ସରକାର ବହୁ ଶୀଘ୍ର ଏହି ବିଲ୍ ପାରିତ କରିଛନ୍ତି।

Comments are closed.