Latest Odisha News

BREAKING NEWS

ରିୟାଙ୍କୁ ମିଳିଲାନି ବେଲ, ବାଧକ ସାଜିଲା ବର୍ଷା

ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚିନ୍ତା । ଆଜି ମିଳିବନି ରିୟାଙ୍କୁ ବେଲ୍ । ବାଧକ ସାଜିଲା ବର୍ଷା । ଲିଉଡ ଡ୍ରଗ୍ସ ଲିଙ୍କରେ ଗିରଫ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଆଜି ଜାମିନ ଶୁଣାଣି ବମ୍ବେ ହାଇକୋର୍ଟରେ ଥିଲା । ତେବେ ଏହି ଶୁଣାଣିକୁ ଆଜି କୋର୍ଟ ଘଂଚାଇ ଦେଇଛନ୍ତି । ଫଳରେ ଆଜି ବି ଜେଲ୍‌ରେ କଟିବ ରିୟାଙ୍କ ରାତି । ଆସନ୍ତା କାଲି ରିୟାଙ୍କୁ ବେଲ୍ ହେବ ନା ଜେଲ୍ ତାହା ଜଣାପଡିବ ।

ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ରିୟା ଓ ତାଙ୍କ ଭାଇ ସୌଭିକଙ୍କ ଜାମିନ ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହେବାର ଥିଲା । ପ୍ରବଳ ବର୍ଷା କାରଣରୁ କୋର୍ଟ ଆଜି ଛୁଟି ହୋଇଯାଇଥିବାରୁ , ଆଜିର ଶୁଣାଣି ଟଳିଯାଇଛି । ପ୍ରବଳ ବର୍ଷା ଯୋଗୁଁ ଆଜି ବମ୍ବେ ହାଇକୋର୍ଟ ‘ରେନି-ଡେ’ ଘୋଷଣା କରିଛନ୍ତି । କୋର୍ଟର ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ।

ଡ୍ରଗ୍ସ କାରବାରରେ ରିୟାଙ୍କ ସଂପୃକ୍ତି ଜଣାପଡିବା ପରେ ସେପ୍ଟେମ୍ବର ୮ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ଜାମିନ ଖାରଜ ହେବାପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଗତକାଲି ଏହି ମିଆଦ ଶେଷ ହେବାପରେ ପୁଣି ଅକ୍ଟୋବର ୬ ତାରିଖ ଯାଏଁ ବିଚାର ବିଭାଗୀୟ ମିଆଦ ବୃଦ୍ଧି କରାଯାଇଛି ।

ଏନସିବିର ପଚରା ଉଚରା ବେଳେ ଉଭୟ ରିୟା ଓ ସୌଭିକ ସ୍ୱୀକାର କରିଛନ୍ତି ଯେ, ସୁଶାନ୍ତଙ୍କ ପାଇଁ ସେମାନେ ଡ୍ରଗ୍ସ କିଣୁଥିଲେ । ତେବେ ସୁଶାନ୍ତଙ୍କ ଜୀବନରେ ଆସିବା ପୂର୍ବରୁ ରିୟା ନିଜେ ଡ୍ରଗ୍ସ ନେଉଥିବା କହିଛନ୍ତି । କିନ୍ତୁ ଏହାର ପାଶ୍ୱର୍ପ୍ରତିକ୍ରିୟାକୁ ଦେଖି ଧିରେଧିରେ ଦୂରେଇ ଯାଇଥିଲେ । କେଦାରନାଥ ଫିଲ୍ମର ସୁଟିଂବେଳେ ସୁଶାନ୍ତ ଡ୍ରଗ୍ସ ନେଉଥିବା ସେମାନେ ଏନସିବିକୁ ସୂଚନା ଦେଇଛନ୍ତି ।

ଏପରିକି ରିୟାଙ୍କର କିଛି ହ୍ୱାଟ୍ସଆପ ଚାଟକୁ ରି-ଟ୍ରିଭ କରିବା ପରେ, ଡ୍ରଗ୍ସ କାରବାରରେ ସଂପୃକ୍ତ ବଲିଉଡର କିଛି ବଡବଡ ଚେହେରାଙ୍କ ବାବଦରେ ଏନସିବି ହାତରେ ସୁରାଗ ଲାଗିଛି । ଏହାକୁ ଛନଭିନ କରି ଏନସିବି ତାର ତଦନ୍ତ ଆଗକୁ ବଢାଉଛି । ରିଆଙ୍କ ବୟାନ ଆଧାରରେ ଏମାନଙ୍କୁ ସମନ କରିବା ପାଇଁ ପ୍ରସ୍ତୁତି କରୁଛି ।

Leave A Reply

Your email address will not be published.