Latest Odisha News

BREAKING NEWS

ଆଜି ଶେଷ ହୋଇପାରେ ଉଭୟ ଗୃହର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜି ଉଭୟ ସଦନର ମୌସୁମୀ ଅଧିବେଶନ ଶେଷ ହୋଇପାରେ । ୧ ଅକ୍ଟୋବର ଯାଏଁ ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜି ଶେଷ କରିବାକୁ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ମତ ଲୋଡାଯାଇଥିବା ବେଳେ ଏଥିରେ ଉଭୟ ସହମତ ଥିବା ଜଣାପଡିଛି । ୧୪ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ୧ ଅକ୍ଟୋବର ଯାଏ ଚାଲିବାକୁ ଥିଲା । ୧୮ ଦିନ ଚାଲିବାକୁ ଥିବା ଏହି ଅଧିବେଶନ ମାତ୍ର ୧୦ ଦିନ ଚାଲିଛି ।

ହେଲେ ଆଜିଠାରୁ ଅନିଶ୍ଚିନ୍ତକାଳ ଯାଏ ଗୃହକାର୍ଯ୍ୟ ବନ୍ଦ ରହିବ । ଅନ୍ୟପଟେ ଉଭୟ ସଦନରେ କୃଷି ବିଧେୟକ ପାରିତ ହେବା ପରେ ବିରୋଧୀ ମାନେ ଗୃହକୁ ବୟକଟ୍ କରିଛନ୍ତି । ଏହାରି ଭିତରେ କେନ୍ଦ୍ରସରକାର କୃଷିବିଲ ବ୍ୟତିତ ଅନ୍ୟାନ୍ୟ ୭ ଟି ବିଲ୍ ପାରିତ କରିନେଇଛନ୍ତି । ଯାହା ମଧ୍ୟରେ ରହିଛି ଲେବର କୋର୍ଡ ସହିତ ଏଫ୍ ସି ଆର ଏ ସଂଶୋଧନ ବିଲ୍ , ଜମ୍ମୁ- କାଶ୍ମୀର ଭାଷା ବିଲ୍, । ରାଜ୍ୟସଭାରେ ଏହି ଅଧିବେଶନ ଆଜି ସଂନ୍ଧ୍ୟା ୪ ଟା ସୁଦ୍ଧା ବନ୍ଦ ହେବ ବୋଲି ସୂଚନା ମିଳିଥିବା ବେଳେ ଲୋକସଭା ଆଜି ଦିନ ୩ ଟାରୁ ଆରମ୍ଭ ହେବ । ଅନ୍ୟପଟେ ଏକ ବିସ୍ତାରିତ ଶୂନ୍ୟକାଳ ପରେ ଲୋକସଭା ବି ଅନିଶ୍ଚିତ କାଳ ଯାଏ ବନ୍ଦ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.