Latest Odisha News

BREAKING NEWS

୬୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୫ ଗିରଫ

ବାଲିଗୁଡା: ଚୋରା ଚାଲାଣ ବେଳେ ଧରା ପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ୍ ମହାସିଙ୍ଗ ଅଞ୍ଚଳରୁ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ଏଥିସହ ପୋଲିସ ୫ ଗଂଜେଇ ବେପାରୀଙ୍କୁ ଗିରଫ କରିଛି ।

ଗିରଫ ଗଞ୍ଜେଇ  ବେପାରୀଙ୍କ ମଧ୍ୟରୁ  ଜଣେ ମଧ୍ୟପ୍ରଦେଶ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଗଞ୍ଜେଇ ଚୋରାଚାଲାଣ ବଢୁଥିବାରୁ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରିଛି  । ତେବେ ଏହି ଗଞ୍ଜେଇ କୁଆଡ଼େ ଚାଲାଣ ହେଉଥିଲା ଓ ଏହି ରାକେଟର ଚେର କୁଆଡ଼େ ଲମ୍ବିଛି ତାହାର ଖୋଳତାଡ଼ କରୁଛି ପୋଲିସ  ।

Leave A Reply

Your email address will not be published.