Latest Odisha News

BREAKING NEWS

୬୦ ଲକ୍ଷ ଟପିଲା ଦେଶରେ କରୋନା କେସ, ମହାମାରୀରେ ନେଲାଣି ୯୫ ହଜାର ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କାୟା । ପ୍ରତିଦିନି ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୬୦ ଲକ୍ଷ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୮୨ ହଜାର ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ୭୪ ହଜାର ୭୦୩କୁ ବୃଦ୍ଧି ପାଇଛି ।

କରୋନା ନେଲାଣି ୯୫ ହଜାର ଜୀବନ
ସେହିପରି ଦେଶରେ ୯୫ ହଜାର ପାର କରିଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧ ହଜାର ୩୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୯୫ ହଜାର ୫୪୨ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୫୭% ।
ସୁସ୍ଥ ସଂଖ୍ୟା ୫୦ ଲକ୍ଷ ପାର

ସଂକ୍ରମଣ ବଢୁଥିଲେ ବି ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଦେଶରେ ୫୦ ଲକ୍ଷ ପାର କରିଛି ସୁସ୍ଥଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷ ୧୬ ହଜାର ୫୨୧ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଅର୍ଥାତ ଦେଶରେ ସୁସ୍ଥତା ହାର ରହିଛି ୮୨.୫୮% । ୧୧ ଦିନ ଭିତରେ ଶେଷ ୧୦ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ଟିଭ କେସ୍ ରହିଛି ୯ ଲକ୍ଷ ୬୨ ହଜାର ୬୪୦ ।

Leave A Reply

Your email address will not be published.