Latest Odisha News

BREAKING NEWS

ସୋନୁ ସୁଦଙ୍କୁ ସମ୍ମାନିତ କଲା UNDP

ମୁମ୍ବାଇ: କୋଭିଡ ମହାମାରୀ ସମୟରେ ତାଙ୍କର ମାନବିକ କାର୍ଯ୍ୟ ପାଇଁ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ୱାରା ସମ୍ମାନଜନକ ଏସଡିଜି ସ୍ପେଶାଲ ହ୍ୟୁମାନିଟାରୀ ଆକ୍ସନ ପୁରସ୍କାର ପ୍ରଦାନ କରାଯାଇଛି।

ସୋମବାର ସନ୍ଧ୍ୟାରେ ଏକ ଭର୍ଚୁଆଲ୍ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

“ଏହା ଏକ ବିରଳ ସମ୍ମାନ । ଜାତିସଂଘର ସ୍ୱୀକୃତି ଅତ୍ୟନ୍ତ ସ୍ୱତନ୍ତ୍ର । ମୁଁ ମୋର ସାଥୀ ଦେଶବାସୀଙ୍କ ପାଇଁ କୌଣସି ଆଶା ନକରି ଯାହା କିଛି ଅଳ୍ପ କରିସାରିଛି । ତଥାପି, ସ୍ୱୀକୃତି ଏବଂ ପୁରସ୍କାର ପାଇ ମୁଁ ବହୁତ ଖୁସି ଅନୁଭବ କରୁଛି । ୨୦୩୦ ସୁଦ୍ଧା SDG ହାସଲ କରିବାକୁ ମୁଁ UNDP କୁ ଏହାର ପ୍ରୟାସ ପାଇଁ ସମ୍ପୂର୍ଣ୍ଣରୂପେ ସମର୍ଥନ କରେ ।” ଏହି ଲକ୍ଷ୍ୟଗୁଡିକ କାର୍ଯ୍ୟକାରୀ ହେବା ଦ୍ୱାରା ପୃଥିବୀ ଏବଂ ମାନବଜାତି ବହୁ ଉପକୃତ ହେବେ ବୋଲି ପୁରସ୍କାର ପାଇବା ପରେ ଅଭିନେତା କହିଛନ୍ତି।

ସୋନୁ ସୁଦଙ୍କ ସମେତ ଆଞ୍ଜେଲିନା ଜୋଲି, ଡେଭିଡ ବେକହମ, ଲିଓନାର୍ଡୋ ଡି କାପ୍ରିଓ, ଏମା ୱାଟସନ, ଲିଆମ ନେସନ, କ୍ୟାଟ ବ୍ଲାନଚେଟ୍, ଆଣ୍ଟୋନିଓ ବ୍ୟାଣ୍ଡେରାସ, ନିକୋଲ କିଡମ୍ୟାନ୍ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଆଦି ଯୋଗ ଦେଇଥିଲେ, ଯେଉଁମାନେ ଜାତିସଂଘର ବିଭିନ୍ନ ସଂସ୍ଥା ଦ୍ୱାରା ସମ୍ମାନିତ ହୋଇଥିବା ଡିଏନ୍ଏ ରିପୋର୍ଟ ରୁ ସୂଚନା ମିଳିଛି ।

Comments are closed.