Latest Odisha News

BREAKING NEWS

ମୋଜାମ୍ବିକରେ ପହଂଚିଲା ଆଇଏସଏସ, ମହିଳାଙ୍କୁ ଅପହରଣ କରି ସେକ୍ସ ସ୍ଲେଭ କରୁଛି

ମ୍ୟାପୁଟା: ସିରିୟାରୁ ବିଦା ହେବା ପରେ ଆତଙ୍କବାଦି ସଂଗଠନ ଆଇଏସଏସ ଏବେ ଆଫ୍ରିକାରେ ପହଂଚିଛି । ରିପୋର୍ଟ ମୁତାବକ ଆଫ୍ରିକାର ମୋଜାମ୍ବିକ ସହରରେ ଖଣିଜ ତୈଳ ପ୍ରଚୁର ପରିମାଣରେ ରହିଛି । ଏହାକୁ ଟାର୍ଗେଟରେ ରଖି ଆତଙ୍କବାଦୀମାନେ ସ୍ଥାନୀୟ ବାସିନ୍ଦାକୁ ହତ୍ୟା କରିବା ସହ ମହିଳାମାନଙ୍କୁ ଅପହରଣ କରି ନେଉଛନ୍ତି । ସେମାନଙ୍କୁ ସେକ୍ସ ସ୍ଲେଭ ଭାବେ ରଖାଯାଉଛି ।

ଏ ପର୍ଯ୍ୟନ୍ତ ୧୫୦୦ ଲୋକଙ୍କୁ ଆଇଏସଏସ ହତ୍ୟା କରି ସାରିଛି । ଫଳରେ ଲୋକେ ଭୟଭୀତ ହୋଇ ସ୍ଥାନ ଛାଡି ପଳାଉଛନ୍ତି । ଚଳିତ ବର୍ଷ ଅଗଷ୍ଟରେ ମୋସିମ୍ବାଓ ଦା ପ୍ରାଇଓ ବନ୍ଦର ସମେତ ଅନ୍ୟ ଅଂଚଳଗୁଡିକ ନିଜ ଅଧିକାରକୁ ନେଇ ସାରିଛନ୍ତି । ଏବେ ସେଠାରେ ରାଜଧାନୀ କରାଯିବ ବୋଲି ଆତଙ୍କବାଦୀଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Comments are closed.