Latest Odisha News

ଚୀନର ଚାଲାକି: ପିଓକେରେ ମିସାଇଲ ସାଇଟ ନିର୍ମାଣ କରୁଛି

ନୂଆଦିଲ୍ଲୀ: ଭାରତୀୟ ଗୋଇନ୍ଦା ସଂସ୍ଥାକୁ ଚୀନର ଆଉ ଏକ ଚାଲାକି ଧରିବାରେ ସଫଳ ହୋଇଛନ୍ତି । ଲଦ୍ଦାଖର ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବା ବେଳେ ଚୀନ ପିଓକେରେ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ମିସାଇଲ ସାଇଟ ନିର୍ମାଣ କରୁଛି । ଯାହା ଫଳରେ ମିସାଇଲକୁ ଭୂମିରୁ ମାଡ କରାଯାଇପାରିବ । ଏହା ଭାରତ ପାଇଁ ଚିନ୍ତାର କାରଣ ସାଜିଛି ।

ପାଉଲୀ ପୀର ଅଂଚଳରେ ଏହାକୁ ସ୍ଥ୍‌ାପନ କରାଯାଉଛି । ଚୀନ ବିଶେଷଜ୍ଞଙ୍କ ସହ ୧୨୦ ପାକିସ୍ତାନୀ ସେନା ଓ ସ୍ଥାନୀୟ ଲୋକ ଏଥିରେ ସହଯୋଗ କରୁଛନ୍ତି । ପୂର୍ବରୁ ଭାରତର ବାୟୁ ସେନା ପ୍ରମୁଖ କହିଥିଲେ ଉଭୟ ଚୀନ ଓ ପାକିସ୍ତାନ ସୀମାରେ ଦ୍ୱିପାକ୍ଷିକ ଅଭ୍ୟାସ ବଢ଼ାଇବା ସହ ଭିତିଭୂମି ମଜଭୁତ କରୁଛନ୍ତି ।

Comments are closed.