Latest Odisha News

BREAKING NEWS

ପୁଣି ୧୪ରେ ଲଘୁଚାପ ସମ୍ଭାବନା, ଅକ୍ଟୋବରେ ଏମିତି କାହିଁକି ?

ଭୁବନେଶ୍ୱର: ଅକ୍ଟୋବର ମାସରେ ଦାନା ବାନ୍ଧୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ କ୍ଷେତ୍ର । ଗୋଟିଏ ନଯାଉଣୁ ଆଉ ଗୋଟିଏ ଆସୁଛି । ଗତକାଲି ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଆସନ୍ତା ୧୪ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୧୪ ତାରିଖ ସୁଦ୍ଧା ଲଘୁଚାପ ବଳୟ ସୃଷ୍ଟି ହୋଇପାରେ । ଏଥିପାଇଁ ବର୍ତ୍ତମାନ ଅନୁକୂଳ ସ୍ଥିତି ରହିଛି ।

ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୧୧ ତାରିଖରୁ ୧୩ ଯାଏ ତିନି ଦିନ ବର୍ଷିବ । ଏହାପରେ ୧୪ରେ ପୁଣି ଲଘୁଚାପ । ତେବେ ଏହାର ପ୍ରଭାବ କିଭଳି ରହିବ ଏବଂ ଓଡ଼ିଶା ଉପରେ ପଡ଼ିବ କି ନାହିଁ ତାହା ଏବେ ସ୍ପଷ୍ଟ ହୋଇ ନାହିଁ । ପୂର୍ବରୁ ଅକ୍ଟୋବର ୧ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.