ପୁରୀ: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର ହୋଇଛି । ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଜଗନ୍ନାଥ ସେନା । ଏସଡିଜେଏମ୍ କୋର୍ଟରେ ମାମଲା ଦାୟର ହୋଇଛି ।
ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ ଥାଇ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ପୂର୍ବରୁ ଜଗନ୍ନାଥ ସେନା ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲା । ଏହାପରେ ପୁରୀ ପୋଲିସ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ରୁଜୁ କରିଥିଲା ମାମଲା ।
ଗତ ୪ ତାରିଖ ଦିନ ପୁରୀ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାର ହୋଇଥିଲା । ଜଗନ୍ନାଥ ସେନା ଅଭିଯୋଗ କରିଥିଲା କରୋନା ସଂକ୍ରମିତ ଥାଇ ଶହ ଶହ ଲୋକଙ୍କ ଗହଣରେ ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟ ସାମିଲ ହୋଇଥିଲେ । ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଜଗନ୍ନାଥ ସେବା ସହ ପୁରୀ ଜିଲ୍ଲା ଯୁବ ବିଜେପି ପକ୍ଷରୁ ମଧ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଏତଲା ଦିଆଯାଇଥିଲା ।
BREAKING NEWS
- ଆଜି ବିଜୁଳି ଘଡ଼ଘଡ଼ି ସହ ଅନେକ ସ୍ଥାନରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ୧୯ରୁ ଲେଉଟିବ ଗ୍ରୀଷ୍ମ ଲହରୀ
- ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ବୋଲେରୋ, ୧୦ ଆହତ
- ସଇଁତଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ, ୧୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ
- କମ୍ପିବ ଓଡ଼ିଶା: ବିଜେପିର ଷ୍ଟାର କ୍ୟାମ୍ପେନର କରିବେ ପ୍ରଚାର, ପିପିଲିରେ ରୋଡ୍ ସୋ କରିବେ ଡ୍ରିମ୍ଗର୍ଲ୍
- ପୁଣି ୭୦ ସିନେମା ହଲ୍ ବନ୍ଦ କରିବ ପିଭିଆର୍
- ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ
- ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍: ୧୦ରୁ ଅଧିକ ଅସୁସ୍ଥ, ଶ୍ରମ ଅଧିକାରୀଙ୍କ ତଦନ୍ତ ଆରମ୍ଭ
- ଖରାଦିନେ ଖାଆନ୍ତୁ ଛତୁଆ, ମିଳିବ ଅନେକ ସ୍ଵାସ୍ଥ୍ୟଗତ ଫାଇଦା
- ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ
- ନିର୍ବାଚନ ବେଳେ ଚିଟଫଣ୍ଡ ପ୍ରସଙ୍ଗ, ଆଭିମୁଖ୍ୟରେ ଆନ୍ତରିକତା ରହିଛି ନା ଭୋଟ୍ ବ୍ୟାଙ୍କ ରାଜନୀତି?