Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟରେ ଅଭିଜିତ ଆୟାର ମିତ୍ରଙ୍କୁ ମିଳିଲା ଜାମିନ

କଟକ: ଓଡ଼ିଶା ତଥା ଓଡ଼ିଆ ସଂସ୍କୃତି ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଅଦାଲତ ସହିଦ ନଗର ଏବଂ କୋଣାର୍କ ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲାରେ ଅଭିଜିତଙ୍କୁ ଜାମିନ ପ୍ରଦାନ କରିବା ସହିତ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ତଳ କୋର୍ଟ ଜାମିନର ନିୟମ ଓ ସର୍ତ୍ତ।ବଳୀ ଧାର୍ଯ୍ୟ କରିପାରିବେ ।

ଏବେ ସେ ଝାରପଡ଼ା ଜେଲରୁ ମୁକୁଳିବା ଏକପ୍ରକାର ନିଶ୍ଚିତ ହୋଇଛି ।

ଋିସର୍ଚ୍ଚ ସ୍କଲାର୍ ଅଭିଜିତଙ୍କ ଏକ କ୍ଷମା ପ୍ରାର୍ଥନା ସମ୍ବଳିତ ପତ୍ରକୁ ଡିଆଇଜି (କାରାଗାର)ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ସୋମବାର ଦିନ ପଠା ଯାଇଥିଲା । ଏବେ ଅଭିଜିତ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ଅଛନ୍ତି ।

ନଭେମ୍ବର ୨୦ ତାରିଖରେ ଲିଖିତ ଏହି ପତ୍ରରେ ଜେଲରୁ ମୁକୁଳିବା ଲାଗି ଅନୁରୋଧ କରିଥିଲେ । ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ଯେହେତୁ ସେ ରାଜ୍ୟ ବିଧାନସଭା ଗୃହ କମିଟି ଆଗରେ ଦେଇଥିବା କଟୁ ମନ୍ତବ୍ୟ ଲାଗି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଗୃହ କମିଟି ମଧ୍ୟ ତାଙ୍କର କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଥିଲେ ।

ଅଭିଜିତଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ କମିଶନରେଟ ପୋଲିସ ତାଙ୍କୁ ଗତ ରବିବାର ଦିନ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ ।

Leave A Reply

Your email address will not be published.