Latest Odisha News

BREAKING NEWS

କାମ ପାଇଁ ଖୁବଶୀଘ୍ର ଇଟାଲୀ ଫେରୁଛନ୍ତି ଓଡ଼ିଶାର ପ୍ରଥମ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ପ୍ରଥମ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରଥମ ବ୍ୟକ୍ତି ଦେବାଶିଷ ଶ୍ରୀଚନ୍ଦନ ଆସନ୍ତା ମାସ ଆରମ୍ଭରେ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଇଟାଲୀ ଫେରୁଥିବା ସୂଚନା ମିଳିଛି।

ଭୁବନେଶ୍ୱରର ମୂଳ ବାସିନ୍ଦା ଦେବାଶିଷ ଇଟାଲିରୁ ଫେରିଥିଲେ । ଏହାପରେ ମାର୍ଚ୍ଚ ୧୫ ତାରିଖରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ମିଲାନ ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନ କାର୍ଯ୍ୟକ୍ରମ ସହିତ ଜଡିତ ଏହି କମ୍ପ୍ୟୁଟର ଇଞ୍ଜିନିୟର କହିଛନ୍ତି ଯେ, “ମୋର ଜନ୍ମଦିନ (ନଭେମ୍ବର 7) ପରେ ମୁଁ ପୁନର୍ବାର କାର୍ଯ୍ୟରେ ଯୋଗଦେବାକୁ ଯୋଜନା କରୁଛି। “ମୁଁ ଅନଲାଇନରେ କାମ କରୁଛି। କିନ୍ତୁ ସେଠାରେ କିଛି ପରିସ୍ଥିତିରେ ସୁଧାର ଆସିଛି ଏବଂ ଅଧିକାଂଶ ଲୋକ କାମକୁ ଫେରୁଥିବା ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ଓଆଇଥିଲ।

“ଯଦିଓ ମୁଁ ଏପ୍ରିଲ୍ ୩ ରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲି, ତଥାପି ମୁଁ ସଂକ୍ରମଣ ବ୍ୟାପିବା ଭୟରେ ମୁଁ ପ୍ରାୟ ତିନିମାସ ପର୍ଯ୍ୟନ୍ତ ମୋ ଘରୁ ବାହାରି ନଥିଲି। ଯେତେବେଳେ ମୁଁ ଶେଷରେ ବାହାରକୁ ଆସିଲି, ଲୋକମାନେ ଦେଖି ଭୟଭୀତ ହେବା ସହ ମୋତେ ଏଡାଇ ଦେଉଥିଲେ।

“ବର୍ତ୍ତମାନ ଏଭଳି ଚିନ୍ତାରେ ପରିବର୍ତ୍ତନ ଆସିଛି ମୋର ଅନେକ ବନ୍ଧୁ ଏବଂ ପରିଚିତ କୋଭିଡ ପଜିଟିଭ ଚିନ୍ହଟ ହେବା ସହ ମାସ ମାସ ଡାକ୍ତରଖାନାର ସୁସ୍ଥ ହୋଇଛନ୍ତି” ବୋଲି ସେ କହିଛନ୍ତି।

Comments are closed.