Latest Odisha News

BREAKING NEWS

ଡ଼ିସେମ୍ବର ୧୫ରୁ ବନ୍ଦ ହେବାକୁ ଯାଉଛି ‘ୟାହୁ’

ନୂଆଦିଲ୍ଲୀ: ଏକଦା ଓ୍ବେବ ଦୁନିଆର ବଡ଼ ମେସେଜ ବୋର୍ଡ ସିଷ୍ଟମ ପାଲଟି ଥିବା ୟାହୁ ଆସନ୍ତା ଡିସେମ୍ବର ୧୫ ତାରିଖରୁ ବନ୍ଦ ହେବାକୁ ଯାଉଥିବା ସୂଚନା ମିଳିଛି।

ଏନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ୨୦୧୭ ମସିହାରେ ୟାହୁକୁ କିଣିଥିବା ବେରିଜୋନ୍‌।

ୟାହୁ ଗ୍ରୁପ୍ ବିଗତ କିଛି ବର୍ଷ ହେବ କ୍ଷତିରେ ଚାଲୁଥିବା ଯୋଗୁଁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଆହୁରି ମଧ୍ୟ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଗ୍ରାହକ ମାନେ ପ୍ରିମିୟମ୍ ଏବଂ ଭରସା ଯୋଗ୍ୟ ଜିନିଷ ଚାହୁଁଛନ୍ତି। ଡିସେମ୍ବର ୧୫ ପରେ ୟାହୁ ଜରିଆରେ କୌଣସି ମେଲ ପଠାଇ ପାରିବେନି କି କିଛି ମେଲ ରିସିଭ କରି ପାରିବେ ନାହିଁ।

ସୂଚନା ଅନୁଯାୟୀ, ୨୦୦୧ ମସିହାରେ ୟାହୁ ଗ୍ରୁପ୍ ସର୍ଭିସ୍ ଆରମ୍ଭ ହୋଇଥିଲା। ୨୦୧୭ ମସିହାରେ ଆମେରିକୀୟ କମ୍ପାନୀ ବେରିଜୋନ୍ ଏହାକୁ ୪.୮ ବିଲିୟନ ଡଲାରରେ କିଣିଥିଲେ।

 

Comments are closed.