Latest Odisha News

BREAKING NEWS

ପୁରୀରେ ସିରିଜ୍ ଟ୍ରେନପୋଡି ଘଟଣା, ଅଭିଯୁକ୍ତକୁ ୫ବର୍ଷ ଜେଲ୍ ଓ ଜରିମାନା

ପୁରୀ: ୨୦୧୫ ମସିହାରେ ପୁରୀ ରେଳଷ୍ଟେସନରେ ଘଟିଥିବା ତିନିଟି ଟ୍ରେନ ପୋଡି ମାମଲାରେ ଦଣ୍ଡାଦେଶ । ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପୁରୀ ସିଜେଏମ୍ । ସୁବାସଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଡକ୍ଟର ଇନ୍ଦୁ ଶର୍ମା । ଏହାସହ ୭୫ହଜାର ୫ଶହ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ନଦେଲେ ଆଉ ୧୦ ମାସ ଜେଲ ଦଣ୍ଡ ଭୋଗିବେ ।

୨୦୧୫ ନଭେମ୍ବର ୧୨ ତାରିଖରେ ପୁରୀ ରେଳ ଷ୍ଟେସନରେ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ପ୍ଲାଟଫର୍ମରେ ଠିଆ ହୋଇଥିବା ବେଳେ ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ, ପୁରୀ-ତିରୁପତି-ବିଳାସପୁର ଏକ୍ସପ୍ରେସ ଏବଂ ପୁରୀ-ହାୱଡା ଏକ୍ସପ୍ରେସ ଟ୍ରେନର କେତେକ ସ୍ଲିପର କୋଚ୍‌ରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା ।

ଅଗ୍ନିକାଣ୍ଡରେ ୫ଟି ସ୍ଲିପର କୋଚ୍‌ ପୋଡି ପାଉଁଶ ହୋଇଯାଇଥିଲା । ଏହି ଘଟଣାରେ ରେଳବାଇ ପୋଲିସ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ସେ ଟ୍ରେନରେ ନିଆଁ ଲଗାଇଥିବା ସ୍ୱୀକାର କରିଥିଲେ । ସେତେବେଳେ ପୁରୀ ଆସି ଏନଆଇଏ ଘଟଣାର ତଦନ୍ତ ବି କରିଥିଲା ।

Leave A Reply

Your email address will not be published.