Latest Odisha News

BREAKING NEWS

‘ମାର୍ଚ୍ଚ ସୁଦ୍ଧା ଆସିପାରେ କରୋନା ଟିକା’

ନୂଆଦିଲ୍ଲୀ: ଚାରିଆଡେ ଜାରି ରହିଛି କରୋନାର କୋପ । ଏହାର ମୁକାବିଲା ଦିଗରେ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ଦେଶ ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହାରି ଭିତରେ କରୋନା ଟିକାକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଡିସେମ୍ବର ସୁଦ୍ଧା କରୋନା ଟିକା ପ୍ରସ୍ତୁତ ହେବ। ମାର୍ଚ୍ଚ ସୁଦ୍ଧା ଏହା ଉପଲବ୍ଧ ହୋଇପାରିବ ବୋଲି ପୁଣେର ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କହିଛି ।

ଯଦି ସବୁକିଛି ଠିକ୍ ରହେ ତାହେଲେ ମାର୍ଚ୍ଚରୁ କୋଭିଡ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି କହିଛି କମ୍ପାନି। ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କରୋନା ଟିକା ଟ୍ରାଏଲ ଚାଲିଛି। କମ୍ପାନିର କାର୍ଯ୍ୟକାରୀ ନିର୍ଦେଶକ ଡାକ୍ତର ସୁରେଣ ଜାଦବ କହିଛନ୍ତି ରେଗୁଲେଟର ଜଲଦି ମଞ୍ଜୁରୀ ପ୍ରଦାନ କଲେ ଭାରତରେ ମାର୍ଚ ସୁଦ୍ଧା କୋଭିଡ ଟିକା ଉପଲବ୍ଧ ହୋଇପାରେ।

Comments are closed.