Latest Odisha News

ବାଇକ୍‌ ଚାଳକଙ୍କ ପାଇଁ ଖୁସି ଖବର; ଏବେ ମାତ୍ର୨୬ ଦିନରେ ପହଞ୍ଚିପାରିବେ ଭାରତରୁ ସିଙ୍ଗାପୁର

ନୂଆଦିଲ୍ଲୀ: ଭାରତକୁ ବ୍ରିଟିଶ୍‌ କବଳରୁ ମୁକ୍ତ କରିବା ପାଇଁ ଅନେକ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଦେଶର ସ୍ୱାଧୀନତା ପାଇଁ ଆନ୍ଦୋଳନର ସ୍ମୃତି ଅନେକ ରାଜ୍ୟର ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି।

ଏହି ଇତିହାସ ଜାଣିବା ଏବଂ ସାଂସ୍କୃତିକ, ଭୌଗୋଳିକ ଦିଗକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ‘ଆଜାଦ ହିନ୍ଦ୍‌ ସେନା’ର ସଂକଳ୍ପ ପଥକୁ ଆଲୋକିତ କରିବା ପାଇଁ ଏକ ଅଦ୍ଭୁତ ଆନ୍ତର୍ଜାତୀୟ’ ରାଇଡ୍ ଫର୍ ୟୁନିଟି’ ପାଇଁ ଆୟୋଜନ କରାଯାଉଛି।

ସୂଚନା ମୁତାବକ ଏହି ଯାତ୍ରା ୨୧ ଜାନୁୟାରୀ ୨୦୨୧ ରେ ଆରମ୍ଭ ହେବ। ଏହି ମାଧ୍ୟମରେ ବାଇକ ଏବଂ କାର୍‌ ଚାଳକମାନେ ଉତ୍ତର-ପୂର୍ବ ଭାରତର ସାଂସ୍କୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପାଇପାରିବେ।

୭୫ ବର୍ଷ ପୂର୍ବେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଜାଦ୍‌ ହିନ୍ଦ୍‌ ସେନା ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ ଏବଂ ମିଆଁମାର ଯାତ୍ରା କରି ଉତ୍ତର-ପୂର୍ବ ଭାରତରେ ପ୍ରବେଶ କରିଥିଲେ। ଏହି ଐତିହାସିକ ଘଟଣାକୁ ହୃଦୟଙ୍ଗମ କରିବା ପାଇଁ ନିର୍ଦ୍ଦିଷ୍ଟ ପଥରେ ‘ବାଇକ୍ ଚଳାଇବା’ର ସୁଯୋଗ ପ୍ରଦାନ କରାଯାଉଛି।

ତିନି ଭାଗରେ ବିଭକ୍ତ ହୋଇଥିବା ୯୦୦୦ କିଲୋମିଟରର ଏହି ଯାତ୍ରା ପୂରା କରିବାକୁ ୨୬ ଦିନ ସମୟ ଲାଗିବ। ଆରୋହୀମାନେ ଏହି ଯାତ୍ରାରେ ମୁମ୍ବାଇ, ଦିଲ୍ଲୀରୁ ଅଂଶଗ୍ରହଣ କରିପାରିବେ। ତେବେ ଏହି ଯାତ୍ରା ସମୟରେ ଚାଳକମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀର ପାଳନ କରିବେ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.