Latest Odisha News

BREAKING NEWS

ବ୍ରିଟେନ୍‌ରେ ଲାଗିବ ରାଜ୍‌ ଏବଂ ସିମ୍‌ରନ୍‌ଙ୍କ କାଂସ୍ୟ ପ୍ରତିମୂର୍ତ୍ତିି

ନୂଆଦିଲ୍ଲୀ: ଦୀର୍ଘ ୨୫ ବର୍ଷ ଧରି, ଚଳଚ୍ଚିତ୍ର ‘ଡିଡିଏଲ୍‌ଜେ’ର ମୁଖ୍ୟ ଚରିତ୍ର ରାଜ୍‌ ଏବଂ ସିମରନଙ୍କ ପ୍ରେମ କାହାଣୀ ସାରା ବିଶ୍ୱର ସିନେପ୍ରେମୀମାନଙ୍କ ହୃଦୟରେ ରାଜ୍‌ କରୁଛି। ରିଲିଜ୍ ହେବାର ୨୫ ବର୍ଷ ପୂରଣ ଅବସରରେ ଏହାର ସେଲିବ୍ରେସନ୍‌ କେବଳ ମୁମ୍ବାଇ ନୁହେଁ ଲଣ୍ଡନ୍‌ରେ ମଧ୍ୟ ଦେଖିବାକୁ ମିଳିଛି।

ଏହି ବିଶେଷ ଉତ୍ସବକୁ ପାଳନ କରିବା ପାଇଁ ଲଣ୍ଡନ ଲିସେଷ୍ଟର ସ୍କୋୟାରରେ ଶାହରୁଖ ଖାନ୍‌ ଏବଂ କାଜୋଲଙ୍କ କାଂସ୍ୟ ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ଯାଉଛି।

ହାର୍ଟ ଅଫ୍ ଲଣ୍ଡନ ବିଜନେସ୍ ଆଲାଇନ୍ସ ପ୍ରକାଶ କରିଛି ଯେ ଫିଲ୍ମ ‘ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ’ର ଏକ ଦୃଶ୍ୟ ମଧ୍ୟ’ ଲିସେଷ୍ଟର ସ୍କୋୟାର’ରେ ରଖାଯିବ। ବ୍ରିଟେନ୍‌ରେ ସ୍ଥାପିତ ହେବାକୁ ଥିବା ଏହି ଭାରତୀୟ ସିନେମା ପ୍ରଥମ ଏବଂ ଅନନ୍ୟ ପ୍ରତିମୂର୍ତ୍ତି ହେବ।

ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ’ ସେହି ସମୟରେ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ହିନ୍ଦୀ ସିନେମା ଇତିହାସରେ ସବୁଠୁ ବଡ ବ୍ଲକ୍‌ବଷ୍ଟର ଚଳଚ୍ଚିତ୍ର ମଧ୍ୟରେ ଗଣିତ ହୋଇଛି।

ଏହାସହିତ ସିନେମା ହଲ୍‌ରେ ଅଧିକ ଦିନ ଧରି ଚାଲୁଥିବା  ହିନ୍ଦୀ ସିନେମା ମଧ୍ୟରୁ ଏହା ଅନ୍ୟତମ ଥିଲା। ଆସନ୍ତା ବର୍ଷ ଆରମ୍ଭରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ପ୍ରତିମୂର୍ତ୍ତି ସ୍ଥାପନ ସମୟରେ ଶାହାରୁଖ୍‌ ଏବଂ କାଜୋଲ୍‌ ସେଠାରେ ପହଞ୍ଚିବାର ଯୋଜନା ମଧ୍ୟ ରହିଛି।

Comments are closed.