Latest Odisha News

BREAKING NEWS

ଆସୁଛି ଫିଲ୍ମ ସର୍କସ, ଅଦ୍ଭୁତ କିର୍ଦାରରେ ରଣବୀର ସିଂ !

ମୁମ୍ବାଇ: ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ ଡେଟ୍‌କୁ ଚାହିଁବସିଛନ୍ତି ନିର୍ଦ୍ଦେଶକ ରୋହିତ ସେଟ୍ଟି । ତେବେ ଏହି ଫିଲ୍ମଟି ରିଲିଜ ନ ହେଉଣୁ ଆଉ ଏକ ପ୍ରୋଜେକ୍ଟରେ ରୋହିତ ସାମିଲ ହୋଇଛନ୍ତି । ଏଥିରେ ଲିଡ୍ ରୋଲ୍‌ରେ ନଜର ଆସିବେ ରଣବୀର ସିଂ ।

ଫିଲ୍ମର ଟାଇଟଲ ରହିଛି ସର୍କସ । ସେକ୍ସପିୟରଙ୍କ ଡ୍ରାମା କମେଡି ଅଫ୍ ଏରର୍ସ ଉପରେ ଫିଲ୍ମଟି ନିର୍ମିତ ହେବ । ନଭେମ୍ବର ମାସରେ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ରଣବୀରଙ୍କୁ ଏଥିରେ ଡବଲ୍ ରୋଲ୍ ତଥା ଯାଆଁଳା ଭାଇଙ୍କ କିର୍ଦାରରେ ଦେଖିବାକୁ ମିଳିବ ।

ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ପୂଜା ହେଗଡେ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ, ଭରୁଣ ଶର୍ମା, ସିଦ୍ଧାର୍ଥ ଯାଦବ, ଜନି ଲିଭର, ସଂଜୟ ମିଶ୍ରା ଓ ମୁରଲି ଶର୍ମାଙ୍କ ଭଳି କଳାକାର ନଜର ଆସିବେ । ରଣବୀରଙ୍କ ସାଙ୍ଗ ଭାବେ ଯେଉଁଠି ଭରୁଣ ଶର୍ମା ନଜର ଆସିବେ, ସେଠି ଲଭ ଇନ୍ଟରେଷ୍ଟ ଭାବେ ପୂଜା ଓ ଜ୍ୟାକଲିନଙ୍କୁ ଦେଖିବାକୁ ମିଳିବ ।

ଭୂଷଣ କୁମାରଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମଟି ୨୦୨୧ରେ ରିଲିଜ ହେବାର ସମ୍ଭାବନା ରହିଛି । ମୁମ୍ବାଇର ମେହବୁବ ଷ୍ଟୁଡିଓ, ଉଟି ଓ ଗୋଆରେ ଫିଲ୍ମତ ସୁଟିଂ ଲୋକେସନ ଧାର୍ଯ୍ୟ ହୋଇଛି ।

Comments are closed.