Latest Odisha News

BREAKING NEWS

କୀଟନାଶକ ପିଇ ପ୍ରାଣ ହରାଇଲେ ସ୍ୱାମୀ; ସ୍ତ୍ରୀ ଗୁରୁତର

ପାରାଦ୍ବୀପ: କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମପଂଚାୟତ ଅଧିନସ୍ଥ ହସିଣା ଗ୍ରାମରେ କୀଟନାଶକ ଔଷଧ ପିଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଅଛନ୍ତି।

ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନତରିତ କରାଯାଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଗତକାଲି ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି ହସିଣା ଗ୍ରାମର କାଳନ୍ଦୀ ମହାନ୍ତି (୮୪)ଓ ତାଙ୍କ ପତ୍ନୀ ଶ୍ଵେତା ମହାନ୍ତି (୭୪) କୀଟନାଶକ ଔଷଧ ପିଇ ଦେଇଥିବା ପରିବାର ଲୋକେ କହିଛନ୍ତି। ପରିବାର ଲୋକେ ଏହା ଜାଣିବା ପରେ ଉଭୟଙ୍କୁ ନିକଟସ୍ଥ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଆଜି ବୃଦ୍ଧ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାତରିତ କରଯାଇଛି।

ଗତକାଲି ବିଳମ୍ବିତ ରାତ୍ରୀରେ ପରିବାର ପକ୍ଷରୁ ମୃତ କାଳନ୍ଦୀଙ୍କ ଶବ ସତ୍କାର କରାଯାଇଛି। ମୃତ କାଳନ୍ଦୀ ଙ୍କ ସାନ ପୁଅ ୬ ବର୍ଷ ରୁ ଊର୍ଦ୍ଧ୍ବ ହେବ କେଉଁଆଡେ ଚାଲି ଯାଇଛନ୍ତି। ଏହାକୁ ନେଇ ସେ ମାନସିକ ଦୁଶ୍ଚିନ୍ତାରେ ଥିବାବେଳେ ଅନ୍ୟ ପୁଅ ମାନଙ୍କ ଠାରୁ ଅଲଗା ରହୁଥିଲେ । ଘଟଣା ଦିନ ଉଭୟ ସ୍ବାମୀ ସ୍ତ୍ରୀ ଖାଇ ସାରି ତାଙ୍କ ନିଜ ଘରେ ଶୋଇଥିଲେ, ସକାଳୁ ସେମାନେ ବିଷ ପିଇଦେଇଥିବା ପଡୋଶୀ ମାନେ କହିଛନ୍ତି।

Leave A Reply

Your email address will not be published.