Latest Odisha News

BREAKING NEWS

ଫିଲ୍ମ ପଠାନ୍ ପାଇଁ ସଜବାଜ ଶାହରୁଖ ଖାନ୍ !

ମୁମ୍ବାଇ: କରୋନା କଟକଣାରେ ବି ଅନୁମତି ପାଇବା ପରେ ଧୀରେଧୀରେ ମଇଦାନକୁ ଓହ୍ଲାଇଲେଣି ବଲିଉଡ ସେଲିବ୍ରିଟି । ଆରମ୍ଭ ହେଲାଣି ଅଧା ପଡିଥିବା ଫିଲ୍ମର ସୁଟିଂ, ପ୍ରସ୍ତୁତ ହେଉଛି ନୂଆନୂଆ ପ୍ରେଜେକ୍ଟ ପାଇଁ ଯୋଜନା । କିଛି ଦିନ ପୂର୍ବରୁ ନିଜ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ଖେଳ ଦେଖିବା ପାଇଁ ଦୁବାଇରେ ପହଂଚିଥିଲେ କିଙ୍ଗଖାନ । ଆଉ ଏବେ ଫିଲ୍ମ ପାଇଁ ସେ ଘରୁ ପାଦ କାଢିଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ଫିଲ୍ମ ପଠାନର ସୁଟିଂ ଖୁବଶୀଘ୍ର ମୁମ୍ବାଇର ୟଶ ରାଜ ଫିଲ୍ମସ୍ ଷ୍ଟୁଡିଓସ୍‌ରେ ଆରମ୍ଭ ହେବ । ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସୁଟିଂ ସେଟ୍‌ରେ ଯୋଗ ଦେବେ ଶାହରୁଖ ଖାନ୍ । ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ କିଙ୍ଗଖାନ ଫିଲ୍ମ ଜଗତକୁ ଫେରୁଥିବାବେଳେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇସାରିଛି ।

ଫିଲ୍ମରେ କିଙ୍ଗଖାନଙ୍କ ଛଡା ଦୀପିକା ପାଦୁକୋନ ଓ ଜନ୍ ଆବ୍ରାହାମଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପ୍ରତିଶୋଧ ତଥା ଡ୍ରାମା ଥିମ୍ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ଶାହରୁଖଙ୍କ ବିପକ୍ଷରେ ଜନ୍‌ଙ୍କୁ ନେଗେଟିଭ କିର୍ଦାରରେ ଦେଖିବାକୁ ମିଳିବ ।

ଅନ୍ୟପଟେ ଶକୁନ ଭତ୍ରାଙ୍କ ଫିଲ୍ମର ସୁଟିଂ ପାଇଁ ଦୀପିକା ଏବେ ଗୋଆରେ ଡେରା ପକାଇଛନ୍ତି । ପରେପରେ ସେ ପ୍ରଭାସ୍‌ଙ୍କ ସହ ମଧ୍ୟ ଏକ ଭିନ୍ନ ପ୍ରୋଜେକ୍ଟ ପାଇଁ କାମ କରିବେ । ସେପଟେ ସତ୍ୟମେବ ଜୟତେ-୨ର ସୁଟିଂ ସାରିବାରେ ଜନ୍ ବି ବ୍ୟସ୍ତ ଅଛନ୍ତି । ଆଶା କରାଯାଉଛି ଦୀପିକା, କିଙ୍ଗଖାନ ଓ ଜନଙ୍କ କେମଷ୍ଟ୍ରୀକୁ ଦର୍ଶକ ନିଶ୍ଚିତ ଭାବେ ବଡ ପରଦାରେ ଉପଭୋଗ କରିବେ । ନଭେମ୍ବର ମାସ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.