Latest Odisha News

BREAKING NEWS

ଫ୍ଲୁ ଟିକା ନେଇ ପାଞ୍ଚ ଜଣଙ୍କର ମୃତ୍ୟୁ; ଦକ୍ଷିଣ କୋରିଆ

ଦକ୍ଷିଣ କୋରିଆ: ଦକ୍ଷିଣ କୋରିଆରେ ଫ୍ଲୁ ଟିକା ପ୍ରୟୋଗ କରିବା ପରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିବା ଘଟଣା ସାମ୍‌ନାକୁ ଆସିଛି। ଅଧିକାରୀ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ଏଭଳି ମୃତ୍ୟୁ ଘଟିଛି। ଏହା ପରେ ଟୀକାକରଣର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଏଥିସହ ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଟିକା ଦ୍ଦ୍ବାରା ମୃତ୍ୟୁ ଘଟିଛି ନା ନାହିଁ ଏହାକୁ ନେଇ ଯାଞ୍ଚ୍‌ ପ୍ରକ୍ରିୟା କାରି ରହିଛି। ବର୍ତ୍ତମାନ ଟୀକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଦକ୍ଷିଣ କୋରିଆର ସ୍ୱାସ୍ଥ୍ୟମନ୍ତ୍ରୀ କିମ ଗାଙ୍ଗ୍‌ ଲିପ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଜଣେ ୧୭ ବର୍ଷ ବୟସ୍କ ଯୁବକ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅଛନ୍ତି।
କିଛି ସପ୍ତାହ ପୂର୍ବରୁ ଦକ୍ଷିଣ କୋରିଆରେ ଜାତୀୟ ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।  ଗତ ଶୁକ୍ରବାର ଦିନ ଜଣେ ୧୭ ବର୍ଷର ବାଳକର ମୃତ୍ୟୁ ଘଟିଛି। ତାଙ୍କୁ ଦୁଇ ଦିନ ପୂର୍ବରୁ ଫ୍ଲୁ ଟିକା ଦିଆଯାଇଥିଲା। ଏଥି ସହିତ, ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଟିକା ଆରମ୍ଭ ହେବାର ଗୋଟିଏ ଦିନ ପରେ ବୁଧବାର ଦିନ ତାଙ୍କର ମୃତ୍ୟୁ ହୋଇଛି।

ଦକ୍ଷିଣ କୋରିଆ କହିଛି ଯେ ଅକ୍ଟୋବରରୁ ଫ୍ଲୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୮୩ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୩୫୦ ଲୋକଙ୍କ ଠାରେ ଖରାପ ପ୍ରତିକ୍ରିୟା ଦେଖିବରକୁ ମିଳିଛି।

Leave A Reply

Your email address will not be published.