ଭୁବନେଶ୍ୱର: ବଢ଼ିଲା ନେତାଙ୍କ ନିର୍ବାଚନୀ ଖର୍ଚ୍ଚ । ଖର୍ଚ୍ଚ ସୀମା ୧୦ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର । କୋଭିଡ-୧୯ ମହାମାରୀ ମଧ୍ୟରେ ରାଜ୍ୟରେ ବିଧାନସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ବଢ଼ିଛି ।
ବିଧାୟକଙ୍କ ଖର୍ଚ୍ଚ ସୀମା ୩୦.୮ ଲକ୍ଷକୁ ବୃଦ୍ଧି କରାଯାଇଥିବା ବେଳେ ସାଂସଦଙ୍କ ୭୭ ଲକ୍ଷକୁ ବୃଦ୍ଧି କରାଯାଇଛି । ନିର୍ବାଚନ ଆୟୋଗର ସୁପାରିସ୍ ଆଧାରରେ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିବା ପରେ ଏହାକୁ ରାଜ୍ୟରେ କାର୍ୟ୍ୟକାରୀ କରାଯାଇଥିବା ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।
ଫଳରେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଏବେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ବାବଦରେ ସର୍ବାଧିକ ୩୦.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହା ୨୮ ଲକ୍ଷରେ ସୀମିତ ଥିଲା।
ଏହି ନୂତନ ନିଷ୍ପତ୍ତି ଫଳରେ ଏବେ ରାଜ୍ୟର ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରୁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ତାଙ୍କର ନିର୍ବାଚନ ଖର୍ଚ୍ଚ ବାବଦରେ ସର୍ବାଧିକ ୩୦.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହା ୨୮ ଲକ୍ଷରେ ସୀମିତ ଥିଲା।
Comments are closed.