Latest Odisha News

BREAKING NEWS

ବଜ୍ରକାପ୍ତା ଚୋରାଚାଲାଣ ମାମଲାରେ ଆଉ ୬ଜଣ ଗିରଫ, ହାତୀ ଦାନ୍ତ ଜବତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଆମ୍ବଡିହା ଗ୍ରାମରେ ସ୍ପେଶାଲ ଟାକ୍ସ ଫୋର୍ସର ଓଡିଶା କ୍ରାଇମ୍ବ୍ରାଞ୍ଚ ଟିମ ବଜ୍ରକାପ୍ତା ଚୋରାଚାଲାଣ ମାମଲାରେ ୬ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଡିଏସପି ଟି ଆର୍ ପଟେଲଙ୍କ ଅଧ୍ୟକ୍ଷତାରେ ଏସଟିଏଫ ଟିମ୍ ପକ୍ଷରୁ କରାଯାଇଥିବା ଅଚାନକ ଚଢାଉରେ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୫ଶହ ଗ୍ରାମ ଓଜନର ହାତୀ ଦାନ୍ତ ଜବତ ହୋଇଥିବା ନେଇ ଜଣାପଡିଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ ଅଗ୍ନିଶର ନାୟକ, ଲାଲମୋହନ ନାୟକ, ପ୍ରତାପ ନାୟକ, ଗୋପିନାଥ ନାୟକ, କେଶବ ଦେହୁରୀ ଏବଂ ନକୁଳ ଦେହୁରୀ ବୋଲି ଜଣାପଡିଛି ।

ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ଏବଂ ଏହି ର‌୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ନେଇ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.