ନୂଆଦିଲ୍ଲୀ: ଅଭିନେତା ରାଜକୁମାର ରାଓଙ୍କ ପ୍ରଶଂସକଙ୍କ ପାଇଁ ରହିଛି ଏକ ଖୁସି ଖବର। ରାଜକୁମାର ରାଓ ୨୦୨୧ ମସିହାରେ ଅଭିନେତ୍ରୀ ଭୁମି ପେଡନେକରଙ୍କ ସହ ଫିଲ୍ମ ‘ବାଧାଇ ଦୋ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ରାଜକୁମାର ରାଓ ଏବଂ ଭୁମି ପେଡନେକର ନିଜେ ସୋସିଆଲ ମିଡିଆରେ ଏହାକୁ ନିଶ୍ଚିତ କରିଛନ୍ତି। ରାଜକୁମାର ରାଓଙ୍କ ‘ବାଧାଇ ଦୋ’ ଆୟୁଷ୍ମାନ ଖୁରାନାଙ୍କ ସୁପରହିଟ୍ ଫିଲ୍ମ ‘ବାଧାଇ ହୋ’ର ସିକ୍ୱେଲ।
ଏଥି ସହିତ ରାଜକୁମାର ରାଓଙ୍କୁ ବଲିଉଡର କିମ୍ବଦନ୍ତୀ ଚଳଚ୍ଚିତ୍ର ‘ଚୁପ୍କେ ଚୁପ୍କେ’ର ରିମେକରେ ମଧ୍ୟ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ, ‘ବାଧାଇ ଦୋ’ର ସୁଟିଂ ଶେଷ ହେବା ପରେ ରାଜକୁମାର ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ। ୧୯୭୫ରେ ମୁକ୍ତିଲାଭ କରିଥିବା କମେଡି ଚଳଚ୍ଚିତ୍ର ‘ଚୁପ୍କେ ଚୁପ୍କେ’ ବଲିଉଡର ଏକ ପ୍ରମୁଖ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର ବଟାନୀର ପ୍ରଫେସର ପ୍ୟାରିମଲ ଏବଂ ଅମିତାଭ ବଚ୍ଚନ ଇଂରାଜୀ ପ୍ରଫେସର ‘ସୁକୁମାର ସିହ୍ନା’ର ଚରିତ୍ରରେ ଅଭିନୟ କରିଥିଲେ।
ସୂଚନାଯୋଗ୍ୟ ରାଜକୁମାର ରାଓ ‘ଚୁପ୍କେ ଚୁପ୍କେ’ର ଏହି ସିକ୍ୱେଲରେ ଧର୍ମେନ୍ଦ୍ରଙ୍କ ଉଦ୍ଭିଦ ବିଜ୍ଞାନର ପ୍ରଫେସର ଭୂମିକାରେ ନଜର ଆସିବେ। ତେବେ ଅମିତାଭଙ୍କ ଇଂରାଜୀ ପ୍ରଫେସର ‘ସୁକୁମାର ସିହ୍ନା’ର ଭୂମିକା ପାଇଁ ଜଣେ ଅଭିନେତା ଖୋଜା ଚାଲିଛି।
BREAKING NEWS
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
Comments are closed.