Latest Odisha News

ସ୍ୱଳ୍ପ‌ ଆୟକାରୀ ଦେଶମାନଙ୍କ ପାଇଁ ସ୍ୱତନ୍ତ୍ର ବୀମା ଯୋଜନା ପ୍ରସ୍ତୁତ କରୁଛି ‘ହୁ’  

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କମ୍‌ ଆୟକାରୀ ଦେଶରୁ ଆସିଥିବା ସେହି ଲୋକଙ୍କ ପାଇଁ କ୍ଷତିପୂରଣ ପାଣ୍ଠି ସ୍ଥାପନ କରିବାକୁ ଯାଉଛି। ବିଶେ‌େ କରି କୋଭିଡ -୧୯ ର ପାର୍ଶ୍ୱ ପ୍ରତିକ୍ରିୟାରେ ପୀଡିତ ଲୋକଙ୍କ ପାଇଁ ଏଭଳି ଯୋଜନାର ବିଚାର କରୁଛି ‘ହୁ’। ସୂଚନାଯୋଗ୍ୟ କରୋନା ଟିକା ପାଇଁ ଏକ ‘କୋଭାକସ୍ ଯୋଜନା’ କିମ୍ବା ‘କୋଭାକସ୍ ଫାସିଲିଟି’ ପ୍ରସ୍ତୁତ କରାଯାଇଛି। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଗାଭି ନାମକ ସଂସ୍ଥା ମିଳିତ ଭାବେ ପରିଚାଳନା କରୁଛନ୍ତି।

 

ଏକ ଦଶନ୍ଧି ପୂର୍ବରୁ H1N1 ସ୍ୱାଇନ୍ ଫ୍ଲୁ ମହାମାରୀ ସମୟରେ ଘଟିଥିବା ବିଳମ୍ବର ପୁନରାବୃତ୍ତି ନହେବା ପାଇଁ WHO ଏହି ପଦକ୍ଷେପ ନେଇଛି। ସେହି ସମୟରେ ଅନେକ ସ୍ୱଳ୍ପ ଆୟକାରୀ ଦେଶରେ ଟୀକାକରଣର ଗତି ମନ୍ଥର ହୋଇଯାଇଥିଲା। ଏହି ନୂତନ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଟିକାକୁ ଆନ୍ତର୍ଜାତୀୟ ସ୍ତରକୁ ଆଣିବାରେ ଯେପରି କୌଣସି ବାଧା ସୃଷ୍ଟି ନ ହେଉ। ରିପୋର୍ଟ ଅନୁଯାୟୀ କୋଭାକସ୍ ଫାସିଲିଟିର ପ୍ରୋତ୍ସାହକମାନେ ଏହି ଯୋଜନା ପ୍ରସ୍ତୁତ କରୁଛନ୍ତି।

 

ଆସନ୍ତା ବର୍ଷ ଶେଷ ସୁଦ୍ଧା ବିଶ୍ୱରେ ଅତି କମ୍‌ରେ ୨ ବିଲିୟନ ପ୍ରଭାବଶାଳୀ ମାତ୍ରା ବିତରଣ କରିବାକୁ କୋଭାକସ୍ ଲକ୍ଷ୍ୟ ରଖିଛନ୍ତି। ୯୨ଟି ନିମ୍ନ ଆୟକାରୀ ଦେଶ ମଧ୍ୟରେ ମୁଖ୍ୟତ ଆଫ୍ରିକା ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିକୁ ସାମିଲ୍ ରହିଛି। ଟିକା ଯୋଜନା ଦ୍ୱାରା ତାଙ୍କ ବିଲ୍ ପରିଶୋଧ କରାଯିବ। ମହାମାରୀରୁ ସୃଷ୍ଟି ହେଉଥିବା ସଙ୍କଟ ଯୋଗୁଁ ସେଠାର ସରକାର ରୋଗୀଙ୍କ ଦାବି ପୂରଣ କରିବାରେ ଅସମର୍ଥ ହେବେ। ତଥାପି, ଦକ୍ଷିଣ ଆଫ୍ରିକା, ଲେବାନନ୍, ଇରାନ ଏବଂ ଲାଟିନ୍ ଆମେରିକା ପରି ମଧ୍ୟମ ଆୟକାରୀ ଦେଶ ସୁରକ୍ଷାରୁ ବଞ୍ଚିତ ହେବେ।

ରିପୋର୍ଟ ଅନୁଯାୟୀ ୯୨ଟି ଦେଶରେ ରହୁଥିବା ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ କୋଭାକସ୍ ଫାସିଲିଟି ଏକ କୌଶଳ ବିକାଶ କରୁଛି। ସ୍ୱୀକୃତିପ୍ରାପ୍ତ ଟିକାଗୁଡ଼ିକରୁ ପ୍ରତିକୂଳ ପ୍ରଭାବ ହେବାର କମ୍ ସମ୍ଭାବନା ରହିଛି। ଆୱାମଙ୍କ ଚିନ୍ତାକୁ ବିଚାରକୁ ନେଇ କୋଭିଡ -୧୯ ଟିକା ଯୋଜନାକୁ ମଜବୁତ କରାଯାଇଛି। ବୀମା କମ୍ପାନୀ ବଦଳରେ କୋଭାକ୍‌ସର ଏକ ନୂତନ ସିଷ୍ଟମ ସହିତ ପାର୍ଶ୍ୱ ପ୍ରତିକ୍ରିୟାରେ ପୀଡିତମାନଙ୍କୁ କ୍ଷତିପୂରଣ ଦେବାର ସମ୍ଭାବନା ରହିଛି।

Leave A Reply

Your email address will not be published.