Latest Odisha News

BREAKING NEWS

ବ୍ରହ୍ମପୁରରେ IPL ବେଟିଂ: ଦୁଇ ଜଣ ଗିରଫ, ଲକ୍ଷାଧିକ ଟଙ୍କା ଜବତ

ବ୍ରହ୍ମପୁର: ଆଇପିଏଲ୍ ବେଟିଂ ଚାଲିଥିଲା । ଖବର ପାଇଁ ଚଢ଼ାଉ କରିଥିଲା ବ୍ରହ୍ମପୁର ପୋଲିସ । ଏହି ଗ୍ୟାଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା ଜବତ ହୋଇଛି । ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ବ୍ରହ୍ମପୁର ପୋଲିସ୍ ।

ଗିରଫ ଦୁଇ ଜଣ ବୁକି ହେଲେ ଲାଲି ଏବଂ ପିଲା ପ୍ରଧାନ । ସେମାନଙ୍କୁ ପଚରାଉଚରା ସହ ଅଧିକ ଖୋଳତାଡ ଜାରି କରିଛି ପୋଲିସ । ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିଲା ।

ପୂର୍ବରୁ ଆସିକା ପୋଲିସ ଆଇପିଏଲ୍ ବେଟିଂ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା ବେଳେ ରାକେଟର ଚେର ବ୍ରହ୍ମପୁର, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଲମ୍ବିଛି ।

Leave A Reply

Your email address will not be published.