Latest Odisha News

BREAKING NEWS

କୋଭିଡ ନିୟମ ଉଲ୍ଲଂଘନ: ରାଜଧାନୀରେ ୨୪ ଘଣ୍ଟାରେ ୧୫୭୬ ବ୍ୟକ୍ତି ଏବଂ ଦୋକାନକୁ ଜରିମାନା 

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ଼ ୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ କମିଶନରେଟ ପୋଲିସ ୧୫୭୭ ଜଣ ବ୍ୟକ୍ତି ଏବଂ ଦୋକାନକୁ ଜରିମାନା କରିଛି।

ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଲେଖିଛନ୍ତି: “ଆମର ଉଦ୍ଦେଶ୍ୟ ଲୋକଙ୍କ ଠାରୁ ଜରିମାନା ଆଦାୟ କରିବା ନୁହେଁ ବରଂ କେବଳ ସାଧାରଣ ଲୋକଙ୍କ ହିତ ପାଇଁ କୋଭିଡ ୧୯ ଗାଇଡଲାଇନ ଜାରି କରାଯାଇଥିବା ସେ କହିଛନ୍ତି।

ଅନ୍ୟପଟେ ସେ ଲୋକଙ୍କୁ କୋଭିଡ ଗାଇଡ଼ଲାଇନ ଯଥା ମାସ୍କ ପରିଧାନ କରିବା, ସମାଜିକ ଦୂରତାକୁ ମାନିବା ନେଇ ଅନୁରୋଧ କରିଛନ୍ତି।

Comments are closed.