Latest Odisha News

BREAKING NEWS

ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ; ଅଳ୍ପକେ ବର୍ତ୍ତିଲେ ସ୍ବାମୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ମଂଗଳପୁର ଥାନା ଅନ୍ତର୍ଗତ ବିରିପଟା ଗାଁରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି।

ଏହି ଘଟଣାରେ ପତ୍ନିଙ୍କ ଦେହାନ୍ତ ହୋଇଥିଲା ବେଳେ ସ୍ୱାମୀ ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଗାଁର ଶ୍ରୀକାନ୍ତ ମିଶ୍ର ବିଭିନ୍ନ କାମଧନ୍ଦା କରି ଚଳୁଥିଲେ କିନ୍ତୁ କରୋନାର ପ୍ରଭାବରେ କାମ ଧନ୍ଦା ନ ପାଇ ଘରେ ବସି ରହୁଥିଲେ । ଅଭାବ ଓ ଅସୁବିଧାକୁ ନେଇ ଅନେକ ସମୟରେ କଳିଝଗଡା ହେଉଥିଲା ।

ଏହାକୁ ନେଇ ଶ୍ରୀକାନ୍ତ ବିଷ ପିଇ ଦେଇଥିଲେ। ଯାହା ପରେ ପତ୍ନି ସଂଧ୍ୟାରାଣି ମଧ୍ୟ ବିଷ ପିଇ ଦେଇଥିବା ଜଣାପଡିଛି।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ସଂଧ୍ୟାରାଣୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶ୍ରୀକାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.