ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରରେ ଜଣେ ମହିଳାଙ୍କୁ ନିଜ ଝିଅ ଏବଂ ସାବତ ଝିଅକୁ ଯୌନ ଶୋଷଣ ଅଭିଯୋଗରେ ୭୦୦ ବର୍ଷରୁ ଅଧିକ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥି ସହିତ, ଅଭିଯୁକ୍ତ ଲିସା ଲେସର୍ଙ୍କ ସ୍ୱାମୀ ମାଇକେଲ ଲେସର୍ଙ୍କୁ ଏହି ମାମଲାରେ ୪୩୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
୪୧ ବର୍ଷୀୟ ଲିସାଙ୍କୁ ନଭେମ୍ବର ୨ତାରିଖରେ ୭୨୩ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାର ନିଷ୍ପତ୍ତିକୁ ବିଚାରପତି ଷ୍ଟିଫେନ ବ୍ରାଉନ ଘୋଷଣା କରିଥିଲେ ଏବଂ ଆମେରିକୀୟ ନିୟମ ଅନୁଯାୟୀ, ଏଭଳି ମାମଲାରେ ଏହା ସର୍ବାଧିକ ଦଣ୍ଡ।
ଲିସା ବଳାତ୍କାର ଏବଂ ଯୌନ ନିର୍ଯାତନା ଭଳି ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଲିସା ତାଙ୍କ ସ୍ୱାମୀଙ୍କ ସହ ତାଙ୍କ ଝିଅ ଏବଂ ସାବତ ଝିଅକୁ ଦୀର୍ଘ ବର୍ଷ ଧରି ଯୌନ ଶୋଷଣ କରୁଥିଲେ।
ଏହି ମାମଲା ପ୍ରଥମେ ୨୦୦୭ ମସିହାରେ ରିପୋର୍ଟ କରାଯାଇଥିଲା କିନ୍ତୁ ଏହା ପରେ ପୀଡିତଙ୍କ ଅନୁରୋଧ କ୍ରମେ ଏହାକୁ ପୁଣି ଥରେ ଖୋଲାଯାଇଥିଲା। ଏହି ମାମଲା ବିଷୟରେ ଆଲୋଚନା ବେଳେ ଆସିଷ୍ଟାଣ୍ଟ ଆଟର୍ଣ୍ଣି କର୍ଟନି ସ୍କ୍ଲେକ୍ କହିଛନ୍ତି ଯେ ପୀଡିତାମାନେ ଅନେକ ଦିନ ଧରି ଏଭଳି ହୃଦୟହୀନ ଏବଂ ନୃଶଂସ ଲୋକଙ୍କ ଗହଣରେ ରହିଆସିଛନ୍ତି। ଦୀର୍ଘ ଦିନ ପରେ ପୀଡିତାଙ୍କୁ ନ୍ୟାୟ ମିଳିଛି।
BREAKING NEWS
- ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍
- ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…
- ‘ରନ୍ଧନ ତୈଳ ଉତ୍ପାଦନ ବଢ଼ାଅ,ମଜବୁତ ହେବ ଜାତୀୟ ଅର୍ଥନୀତି’
- Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
- କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
- ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍
- Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ଫେରୁଛି ‘ସୁପର୍ ସିକ୍ସ’ ରୋମାଞ୍ଚ: ୨୪ ବର୍ଷ ପରେ ଆଫ୍ରିକା ମାଟିରେ ଖେଳାଯିବ କ୍ରିକେଟ୍ ବିଶ୍ୱକପ୍, ଦେଖିବାକୁ ମିଳିବ ନୂଆ ଅନ୍ଦାଜ
- ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା: ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି
- ରାମ ଗୋପାଳ ବର୍ମା ଏବଂ ଉର୍ମିଳା ଗୁପ୍ତ ଭାବରେ ମନ୍ଦିରରେ କରିଥିଲେ ବିବାହ! କାହିଁକି ପଡିଲା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ?
Comments are closed.