Latest Odisha News

ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ଦୁଇ ଆସନରେ ୪୦.୫୧% ମତଦାନ

ଭୁବନେଶ୍ୱର: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଜାରି ରହିଛି ମତଦାନ । ଉଭୟ ଆସନରେ ଦିନ ୧ଟା ସୁଦ୍ଧା ୪୦.୫୧ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮ % ମତଦାନ ହୋଇଥିବା ସୂଚନା ମିଳିଛି ।

ପ୍ରଥମେ ସକାଳ ୯ଟାରେ ୧୨.୧୧ ପ୍ରତିଶତ ଭୋଟ୍ ପଡିଥିବା ବେଳେ ଦିନ ୧୧ଟା ସୁଦ୍ଧା ଏହା ୨୬.୨୪ ପ୍ରତିଶତ ରେକର୍ଡ ହୋଇଥିଲା । ସୂଚନା ଅନୁଯାୟୀ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡ଼ି ବ୍ଲକରେ ୩୭.୧୧%, ରଘୁନାଥପୁର ବ୍ଲକରେ ୩୮.୮୦% ଓ ତିର୍ତ୍ତୋଲ ବ୍ଲକରେ ୪୧.୯୭% ମତଦାନ ହୋଇଛି।

ଏଠାରେ ୯୪, ୧୭୪ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ବାଲେଶ୍ୱରରେ ଆଜି ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେବାକୁ ଥିବା ବେଳେ ତିର୍ତ୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ମତଦାନ କରିବେ।

Leave A Reply

Your email address will not be published.